ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହାଇଦରାବାଦ ମାରଥାନରେ ଚିତ ରଂଜନ ପାତ୍ରଙ୍କ ବାଜିମାତ 

ହାଇଦରାବାଦ ମାରଥାନରେ ଚିତ ରଂଜନ ପାତ୍ରଙ୍କ ବାଜିମାତ 

ନବରଙ୍ଗପୁର: (୨|୯ )(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ସୁପରିଚିତ ବରିଷ୍ଠ ମାରାଥନ ଧାବକ ଚିତ୍ତରଞ୍ଜନ ପାତ୍ର ହାଇଦରାବାଦ ଠାରେ ସଦ୍ୟ ସମାପ୍ତ ହୋଇଥିବା ଏନ ଏମ୍ ଡି ସି ମାରାଥନ ପ୍ରତିଯୋଗିତା ରେ ଭାଗ ନେଇ ସଫଳତାର ସହ କୃତକାର୍ଯ୍ୟ ହୋଇପାରିଛନ୍ତି। ୫୫ ରୁ ୬୪ ବର୍ଷ ବୟସ ବର୍ଗର ପ୍ରତିଯୋଗିତା ରେ ଶ୍ରୀ ପାତ୍ରଙ୍କୁ ମୋଟ ୪୩.୧୯୬ କିଲୋମିଟର ସମ୍ପୂର୍ଣ୍ଣ କରିବାକୁ ୫ଘଣ୍ଟା ୪୮ ମିନିଟ୍ ସମୟ ଲାଗିଥିଲା । ଏହି ମାରାଥନ୍ କୁ ସେ ସଫଳତାର ସହ ସମ୍ପୂର୍ଣ କରିଥିଲେ । ଏହି ସଫଳତା ହାସଲ କରି ଶ୍ରୀ ପାତ୍ର କେବଳ ନବରଙ୍ଗପୁର ଜିଲ୍ଲା କୁ ନୁହେଁ ବରଂ ଓଡ଼ିଶା ରାଜ୍ୟ କୁ ଗର୍ବିତ କରିଛନ୍ତି। ୬୩ ବର୍ଷ ବୟସରେ ଚିତ୍ତରଞ୍ଜନ ପାତ୍ରଙ୍କ ଏଭଳି ମାରାଥନ ରେ ଯୋଗ ଦେବା ସମସ୍ତ ବର୍ଗ ବୟସର କ୍ରୀଡ଼ାବିତ୍ ମାନଙ୍କ ପାଇଁ ଏକ ପ୍ରେରଣା ବୋଲି ପ୍ରାକ୍ତନ କ୍ରୀଡାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ୍ ଏବଂ କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ସମସ୍ତ ସଦସ୍ୟ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ଶୁଭେଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

masiha

କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଉଦଘାଟିତ

masiha

Leave a Comment

error: Content is protected !!