ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପିର ବରିଷ୍ଠ ନେତା ବେଦ ପ୍ରକାଶ ଗୋଏଲଙ୍କ ପରଲୋକ

ବିଜେପିର ବରିଷ୍ଠ ନେତା ବେଦ ପ୍ରକାଶ ଗୋଏଲଙ୍କ ପରଲୋକ

ଜୁନାଗଡ଼୨/୯,(ମନି ସ ) ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ତୃଣମୂଳ ସ୍ତରର ନେତା ବେଦ ପ୍ରକାଶ ଗୋଏଲଙ୍କ ୭୭ ବର୍ଷ ବୟସରେ ଆଜି ଅପରାହ୍ନ ୪ଟା ସମୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଜୁନାଗଡ଼ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାର ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତ ଗୋଏଲ କଳାହାଣ୍ଡିରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏକଦା କଳାହାଣ୍ଡି ବିଜେପିରେ ତାଙ୍କର ଦୃଢ଼ ନେତୃତ୍ୱ ରହିଥିଲା। ସେ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀ ଏବଂ ସ୍ୱର୍ଗତ ପ୍ରମୋଦ ମହାଜନଙ୍କ ସହ ତାଙ୍କର ସୁସମ୍ପର୍କ ଥିବା କୁହାଯାଏ।

ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ସକ୍ରିୟ ଭୂମିକା ନେଇଥିଲେ ଏବଂ ୧୯୭୭ ମସିହାରେ ଜେଲ ଯାଇଥିଲେ। ଦଳ ପ୍ରତି ତାଙ୍କର ନିଷ୍ଠା, ସାଂଗଠନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ପାଇଁ ସେ ଦଳୀୟ କର୍ମୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ସ୍ୱର୍ଗତ ବେଦ ପ୍ରକାଶ ଗୋଏଲଙ୍କ ଶେଷକୃତ୍ୟ ଆସନ୍ତାକାଲି ସକାଳ ୯ଟା ସମୟରେ ଜୁନାଗଡ଼ସ୍ଥିତ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯିବ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

masiha

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

Sunil Chandra Nayak

ବିଦ୍ୟାଳୟ ବନ୍ଦ କରି ଶିକ୍ଷକ ବଣଭୋଜି କୁ ଯିବା ଅଭିଯୋଗ ର ତଦନ୍ତ କଲେ ଗୋଷ୍ଟି ଶିକ୍ଷା ଅଧିକାରୀ

masiha

Leave a Comment

error: Content is protected !!