ଢେ଼ଙ୍କାନାଳ କାମାକ୍ଷାନଗରରେ ଘାତକ ସାଜିଛି ଏଡ଼ସ
କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ପାଲଟିଛି ଏବେ ଏଡ଼ସ ରୋଗୀଙ୍କ ହବ୍ । ସରକାରୀ ସ୍ତରରେ ଯାହା ରିପୋର୍ଟ ରହିଛି ତାହା ଚିନ୍ତା ଜନକ ହୋଇଥିବା ବେଳେ ବେସରକାରୀ ରିପୋର୍ଟ ହୋସ ଉଡାଇ ଦେବ । କାମାକ୍ଷାନଗର ଉପଖଣ୍ଡ ହପିଟାଲର ତଥ୍ୟ ଅନୁଯାୟୀ ହସ୍ପିଟାଲରେ ୨୩୯ ଜଣ ଏଡ଼ସ ରୋଗୀ ନିଜର ନାମ ପଞ୍ଜିକରଣ କରିଛନ୍ତି। ଯେଉଁ ମାନଙ୍କ ମଧ୍ୟରେ ୧୫୬ ଜଣ ପୁରୁଷ ଏବଂ ୮୩ ଜଣ ମହିଳା ରହିଛନ୍ତି। ଏବେ ସୁଦ୍ଧା ୭୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଏବଂ ୨୫ ଜଣ ଗର୍ଭବତୀ ମହିଳା ଏଡ଼ସ ରୋଗରେ ପୀଡିତ। ଯେଉଁ ମାନଙ୍କ ମଧ୍ୟରେ ୩ ଜଣଙ୍କର ଏଡ଼ସ ଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ଯେ ଯେତେ ଜଣ ଗର୍ଭବତୀ ପ୍ରସବ କରିଛନ୍ତି ସମସ୍ତ ଜନ୍ମିତ ଶିଶୁ ଗୁଡିକ ଏଚ.ଆଇ.ଭି ନେଗେଟିଭ । ଢେଙ୍କାନାଳ ଜିଲ୍ଲାରେ ଏଡ଼ସ ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ ହୋଇଥିବା ବେଳେ କାମାକ୍ଷାନଗରରେ ସ୍ଥିତି ସଙ୍ଗିନ ଭୁବନରେ ୧୪ ଜଣ,କାମାକ୍ଷାନଗରରେ ୩୭ ଜଣ,କଙ୍କଡ଼ାହାଡ଼ରେ ୭୭ ଜଣ,ପରଜଙ୍ଗରେ ୮୭ ଜଣ ଏଡ଼ସ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ କାମାକ୍ଷାନଗର ଉପଖଣ୍ଡରେ ୮୪୨୯୨ ଟି ଏଚ.ଆଇ.ଭି ଟେଷ୍ଟ ମଧ୍ୟରୁ ୨୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଢ଼େଙ୍କାନାଳ ଜିଲ୍ଲାର ଅନ୍ୟ ବ୍ଲକର ୧୫ଜଣ ଏଡ଼ସ ରୋଗୀ ଚିହ୍ନଟ ହୋଇଛନ୍ତି ଅନ୍ୟ ମାନଙ୍କ କ୍ଲୋକର ମଧ୍ୟରେ ୯ ଜଣ ପୁରୁଷ ୬ ଜଣ ମହିଳା ରହିଛନ୍ତି। ତେବେ ଏକ୍ସପର୍ଟଙ୍କ ମତରେ ସରକାରୀ ରିପୋର୍ଟ ଅପେକ୍ଷା ବେସରକାରୀ ଭାବେ ଅନେକ ଏଡ଼ସ ରୋଗୀ ରହିଛନ୍ତି। ଯେଉଁ ମାନେ ବାହାର ଜିଲ୍ଲା ତଥା ରାଜ୍ୟରେ ମଧ୍ୟ ଚିକିସ୍ଥିତ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଡ଼ସ ରୋଗୀଙ୍କ ମଧ୍ୟରେ ଅଧିକାଂଶ ଡ୍ରାଇଭର ଏବଂ ବାହାର ରାଜ୍ୟରେ ଖଟୁଥିବା ଶ୍ରମିକ ରହିଛନ୍ତି। ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଶହେ ଜଣ ଏଡ଼ସ ରୋଗୀଙ୍କ ପାଇଁ ଗୋଟିଏ (ଏ.ଆର.ଟି) ହେବା କଥା। କାମାକ୍ଷାନଗରରେ ଏଡ଼ସ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବା ବେଳେ ଏ.ଆର.ଟି.ସେଣ୍ଟର ହୋଇଛି। ରୋଗୀ ମାନେ ବହୁ ଖର୍ଚ୍ଚାନ୍ତ ହୋଇ ଅନୁଗୁଳ ଏବଂ କଟକ ମେଡିକାଲକୁ ଯାଇ ମେଡ଼ିସିନ ଆଣୁଛନ୍ତି। କାମାକ୍ଷାନଗରରେ ସଚେତନତା ସାଙ୍ଗକୁ ଏ.ଆର.ଟି.ସେଣ୍ଟର ଏକ ବଡ଼ ଦାବି ହୋଇଛି। ଯାହାକୁ ନେଇ ସାମାଜିକ ସ୍ରୋତରେ ଏଡ଼ସ ରୋଗୀଙ୍କ ଚିକିତ୍ସା ଓ ସହାୟତା ସହ ସେମାନଙ୍କ ପାଇଁ ଏ.ଆର.ଟି.ସେଣ୍ଟର ଅତ୍ୟାବଶ୍ୟକ ହୋଇଛି। ଏଡ଼ସ ଭଳି ମହାମାରୀ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପ୍ରତି ବିହିତ ପଦକ୍ଷେପ ଲୋଡ଼ା ହୋଇପଡିଛି। ତୁରନ୍ତ ସଚେତନତା ସହ ଏ.ଆର.ଟି.ସେଣ୍ଟର ନିର୍ମାଣ ପାଇଁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଏହି ମହାମାରୀ ଉଗ୍ର ରୂପ ଧାରଣ କରିବ ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

