ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

ନବରଙ୍ଗପୁର, ୩/୧୨(ମ ନି ସ) ନବରଙ୍ଗପୁର ଜିଲ୍ଲା ରେ କେତେ ବେଳେ ବିନା ସୂଚନା ଫଳକ ରେ ଟଙ୍କା ଉଭାନ ହେଉଥିବା ବେଳେ ଆଉ କେତେ ବେଳେ ଗୋଟିଏ ନାମ ଫଳକ ଲେଖା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି। ଏଭଳି ଏକ ରୋଚକ ଚିତ୍ର ଆଜି ଦେଖିବାକୁ ମିଳୁଛି। ନାମକୁ ମାତ୍ର ସୂଚନା ଫଳକ ଲଗାଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଟଙ୍କା ହରିଲୁଟ୍ ହୋଇଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗା ପକନା ଠାରେ, କାର୍ଯ୍ୟ ର ନାମ ଅଲେଖ ମହିମା ମନ୍ଦିର ରାସ୍ତା ରେ ଟ୍ରେଞ୍ଚ ନିର୍ମାଣ। ଆର୍ଥିକ ବର୍ଷ ୨୦୨ ଲେଖା ହୋଇ କାର୍ଯ୍ୟ ର କୋଡ଼ ନଂ ୧୦୬୦୭୧୭୪ ପ୍ରକଳ୍ପ ଅଟକଳ ପରିମାଣ ୧୦ ଲକ୍ଷ ବୋଲି ଉଲ୍ଲେଖ ରହିଛି। କାର୍ଯ୍ୟ ଆରମ୍ଭ କେବେ ଶେଷ କେବେ ତାହା ମଧ୍ୟ ଉଲ୍ଲେଖ ହୋଇ ନାହିଁ । ଦୈନିକ ମଞ୍ଜୁରୀ ୨ଶହ ୩୭ବୋଲି ଉଲ୍ଲେଖ ରହିଛି। ସାମାଜିକ ସମୀକ୍ଷକ ନାମ ଓ ଯୋଗା ଯୋଗ କେବଳ ଦେଖ୍ ଦେଖାନୀ ନାମକୁ ମାତ୍ର ଲେଖା ଯାଇଛି। କେଉଁ ବର୍ଷ ର କାମ ହୋଇଛି ଜଣା ପଡୁନାହିଁ।କାମ ନ ହୋଇ ୧୮ଜଣ ଶ୍ରମିକ ଙ୍କ ଜମାଖାତା ରେ ଟଙ୍କା ଜମା ହୋଇଛି। କିଏ ୬୦ଦିନ କାମ କରିଛି କିଏ ୭୦ଦିନ କାମ କରିଛି, ବୋଲି କାଗଜ କଲମରେ ଦେଖା ଦର୍ଶାଯାଇଛି।। ଶ୍ରମିକ ମାନେ ନିଜେ ବି ଜାଣି ପାରୁ ନାହାଁନ୍ତି। କିଏ କେମିତି କାମ କରିଛି। ଏହାର ସତ୍ୟା ସତ୍ୟ ଅନୁସନ୍ଧାନ କରିବାରୁ ଜଣା ପଡିଛି ଯେ, ବିନା କାମ ରେ ସୂଚନା ଫଳକ ଲଗାଇ ୨ଲକ୍ଷ ୪୧ହଜାର ୯ଶହ ୭୭ ଟଙ୍କା ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମିଳି ମିଶି ଉଭାନ କରିଥିବା ଗ୍ରାମବାସୀ ଗଣ ମାଧ୍ୟମ ଆଗରେ ବୟାନ ଦେଇଛନ୍ତି।ଏ ନେଇ ଆମେ ପାପଡାହାଣ୍ଡି ସହକାରୀ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିବାରୁ କଣ ହୋଇଛି କଣ ନାହିଁ ଅନୁଧ୍ୟାନ କରି କହିବି ବୋଲି କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡିଛି ଯେ ସହକାରୀ ଯନ୍ତ୍ରୀ ଙ୍କ ବିନା ଇଙ୍ଗିତ ରେ କାମ ଚାଲିଛି।ଏହି ବ୍ଲକରେ ରାଜ୍ୟ ସରକାରଙ୍କ ମୋ ସରକାର ୫ଟି କେବଳ ଲେଖା ଲେଖାରେ ହିଁ ସୀମିତ ରହିଛି। ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବୀ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

masiha

ମୁଖ୍ୟମନ୍ତ୍ରୀ ଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ

masiha

ଝରିଗାଁ ବ୍ଲକରେ ରହିଛି ଗୋଟିଏ ବି ଶୌଚାଳୟ ନଥିବା ୩ଟି ଗାଁ

masiha

Leave a Comment

error: Content is protected !!