ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ରେ ବିଜେପି ର ବିଜୟ ଉତ୍ସବ 

ଚନ୍ଦାହାଣ୍ଡି ରେ ବିଜେପି ର ବିଜୟ ଉତ୍ସବ 

ଚନ୍ଦାହାଣ୍ଡି -(ଦିଲୀପ ଦାସ )ଛତିଶଗଡ, ରାଜସ୍ତାନ, ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରି ସରକାର ଗଢୁ ଥିବାରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଉତ୍ସବ ର ମାହୋଲ ଖେଳି ଯାଇଛି l ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯକର୍ତ୍ତା ଚନ୍ଦାହାଣ୍ଡି ବସ ଷ୍ଟେଣ୍ଡ ରେ ଏକାଠି ହୋଇ ବିଭିନ୍ନ ନାରା ଦେଇ ବାଣ ଫୁଟାଇ ଜନସାଧାରଣ ଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ l ପ୍ରକାଶ ଯେ ଛତିଶଗଡ ସୀମା କୁ ଚନ୍ଦାହାଣ୍ଡି ବ୍ଲକ ଲାଗି ରହିଥିବା ସହ ଏଠାରେ ସାମାଜିକ, ବାଣିଜ୍ୟ ସମ୍ପର୍କ ରହିଥିବା ସହ ତାଙ୍କ ନିର୍ବାଚନ ରେ ଚନ୍ଦାହାଣ୍ଡି ବ୍ଲକ ରୁ ବହୁ କାର୍ଯକର୍ତ୍ତା ଛତିଶଗଡ ଯାଇ ନିର୍ବାଚନ ରେ ଭାଗନେଇ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର ପ୍ରସାର କରିଥିଲେ l ରବିବାର ସକାଳୁ ଭୋଟ ଗଣତି ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଟିକିନିଖି ଖବର ରଖି ତିନୋଟି ରାଜ୍ୟରେ ଦଳ ର ସଫଳତା ପରେ ଏକାଠି ହୋଇ ଖୁସି ମନାଇ ଥିଲେ l ଆସନ୍ତା 2024 ସାଧାରଣ ନିର୍ବାଚନ ରେ ଓଡିଶା ରେ ବିଜେପି ସରକାର କରିବା ସହ କେନ୍ଦ୍ରରେ ନରେନ୍ଦ୍ର ମୋଦି ଙ୍କ ସରକାର ହେବ ବୋଲି କହିବା ସହ ଆଜିଠାରୁ ସମସ୍ତେ ଶପଥ ନେଇ ଦଳ ପାଇଁ କାର୍ଯକରିବାକୁ ପରାମର୍ଶ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ରାୟଗଡା ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଦିଲୀପ ଦାସ, ଅକାଳୁ ଜାଲି, ମଣ୍ଡଳ ସଭାପତି ପ୍ରତାପ ବାଘ, ମୋହନ ନାୟକ,ମହିନ୍ଦ୍ର ନାୟକ, ବସନ୍ତ ମାଝୀ, ମୁରଲୀ ପୋଡ଼, ଦଶରଥ ଧୂରୁଆ,ଯୁବମୋର୍ଚା ସଭାପତି ଭୋଦେବ ବାଘ,ପ୍ରଭାତ ସୁନା, ସୁରେଶ ପୋଡ଼, ଅତବଳ ସୋରି, ମାନସିଂ ଚୌହାନ, ଲଚୀନ ବାଘ, ଗମନ ଗଇତା, ଲୋଚନ କଟା ପ୍ରମୁଖ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

୭ ତମ ବାର୍ଷିକ ସିନ୍ଧେର ଉତ୍ସବରେ ଯୋଗଦେଲେ ସାଂସଦ ପ୍ରତିନିଧି 

Sunil Chandra Nayak

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

Leave a Comment

error: Content is protected !!