ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼: ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଉଦଘାଟିତ 

ଧର୍ମଗଡ଼: ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଉଦଘାଟିତ 

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡଘୁମର ଠାରେ ଏକ ନୂତନ ପେକ୍ସ ଓ ମଣ୍ଡି ଆଜି ଉଦଘାଟିତ ହୋଇ ଯାଇଛି । ପେକ୍ସ୍ ସଭାପତି ହୃଷୀକେଶ ଗୋପାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ମଣ୍ଡି ଓ ପେକ୍ସ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ । ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଖୋଲିବା ଦ୍ବାରା ବଡଘୁମର, ଖୁଟୁଲୁ ଗୁଡା ଏବଂ ଅଁଳାଯୋର ଗ୍ରାମ ର ଶତାଧିକ ଚାଷୀ ଉପକୃତ ହେବେ । 

ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ବଡ଼ ଘୁମର ସରପଞ୍ଚ ଜନ୍ମେଜୟ ଗୋପାଲ, ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ ଟିକମନ ବାରିକ, ଗୌନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଲ, ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପେକ୍ସ ସମ୍ପାଦକ ହେମନ୍ତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଧୀର ରଞ୍ଜନ ଗୋପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏଫଏମୟୁରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ

masiha

ଚାରଭାଟି ରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା

Sunil Chandra Nayak

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଏକଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!