ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରଭାଟି ରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚାରଭାଟି ଗ୍ରାମର ବିର୍ସ। ଆମ୍ବେଦକର ଫୁଲେ ଯୁବ ସଂଗଠନ ପକ୍ଷରୁ ବାବା ସାହେବ ଡ଼ ଭୀମ ରାଓ ଆମ୍ବେଦକର ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୋଳ।ମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ତୁଲେଶ୍ୱର ନ।ଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭବାନୀ ପାଟଣା ବିଶ୍ୱବିଦ୍ୟାଳୟ ର ପ୍ରଫେସର ଚିତ୍ରସେନ ଭୋଇ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର ,ସମାଜସେବୀ ଦାମୋଦର ବେହେରା ,ମଦନପୁର ରାମପୁର କଲେଜର ଅଧ୍ୟାପକ ଗୋବିନ୍ଦ ପ୍ରଧାନ ,ଭବାନୀ ପାଟଣା ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ପବିତ୍ର ବାଗ ,ଅଧ୍ୟାପକ ରୋଶନ ପ୍ରଧାନ ,ଅନୁସୂଚିତ ଜାତି ବ୍ଲକ ସଭାପତି ମହାଦେବ ପ୍ରସାଦ ନ।ଏକ , ସମାଜ ସେବୀ ବିଶ୍ବମ୍ବର ଦଳେଇ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ନୀଳକଣ୍ଠ ନ।ଏକ ,ଗଣେଶ ଦୁର୍ଗା ପ୍ରମୁଖ ଯୋଗଦାନ କରି ବାବା ସାହେବ ଙ୍କ ଜନ୍ମ ଜୟନ୍ତୀ ସମ୍ପର୍କରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥିମାନେ ବାବା ସାହେବଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ପକ୍ଷରୁ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ୨୩ ଗୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ମକର ଧଜ ନ।ଏକ ,ଉପସଭାପତି ଗୋପବନ୍ଧୁ ବାଗ ,ସମ୍ପାଦକ ନବୀନ ନ।ଏକ ,କୋଷ।ଧକ୍ଷ ଘନ ଶ୍ୟାମ ବାଗ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଡ୍ୟାନ୍ସ ପ୍ରତିଯୋଗିତାରେ ବିଚାରକ ଭାବରେ ସଦା ମହାନନ୍ଦ ,ହୀରା ଲାଲ ସିନ୍ଧୁର ଏବଂ ବାଦଲ ଦୀପ ଦାୟିତ୍ୱ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାରେ ଜେ ସି ଆର ଡ୍ୟାନ୍ସ ଗ୍ରୁପ ଟିଟିଲାଗଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏ ମ ଭି ଏ ମ ଡ୍ୟାନ୍ସ ଗ୍ରୁପ କଲମପୁର ଦୂତୀୟ ,ମଥୁରା ଡ୍ୟାନ୍ସ ଗ୍ରୁପ ତୃତୀୟ ,ଚିଣ୍ଠୁ ବାଗ ଖସିଗୁଡା ଚତୁର୍ଥ ଏବଂ ମିସ ପଲ୍ଲଭି ଡା ବୁ ଗାଁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ।ଅନୁଷ୍ଠାନ ପକ୍ଷରୁ ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତକାର୍ଯ୍ୟ ହୋଇଥିବା ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ଏବଂ ଗଣେଶ ବାଗ ମଞ୍ଚ ପରିଚାଳନା କରି ଥିବା ବେଳେ ଅନୁଷ୍ଠାନର କର ନ ନ।ଏକ ,ନିତ୍ୟା ନ।ଏକ ,ଅଜୟ ଦୁର୍ଗା ,ଅନନ୍ତ ନ।ଏକ ,ପ୍ରେମ ଦୁର୍ଗା ,ସୁବାଷ ଦୁର୍ଗା ,ସଞ୍ଜିତ ଦୁର୍ଗା ,ସୁଶୀଲ ସୁନାନୀ ,ନାରାୟଣ ନ।ଏକ ,ଗୋଲକ ବାଗ ,ପରମେଶ୍ୱର ଦୁର୍ଗା ,ଗୋକୁଳ ବାଗ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଘନ ଶ୍ୟାମ ନ।ଏକ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

masiha

ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ 

masiha

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!