ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି ୩୦/୦୪/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୍ ଅଞ୍ଚଳ ଗୁମା ପଞ୍ଚାୟତ  ଚିତ୍ର କୋଟ ଗ୍ରାମର ଶତାଧିକ ମହିଳା  ଗ୍ରାମର ସମସ୍ତ ସାହିରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି ।ଗତ କିଛି ଦିନ ହେବ ଚିତ୍ର କୋଟ ର ମହିଳା ମାନେ ଏକତ୍ରିତ ହୋଇ ମଦ କୁ  ବିରୋଧ କରି ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ହାତକୁ ନେଇଛନ୍ତି ।ଏଥିପାଇଁ ମହିଳା ମାନେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ର ସହାୟତା  ନେଇ କାର୍ଯ୍ୟ କ୍ରମ କରୁଛନ୍ତି ।ମଦ ବିରୋଧରେ ଆନ୍ଦୋଳନ କରିବା ପରେ ବର୍ତ୍ତମାନ ଆଉ ଗୋଟିଏ ମହତ୍ କାର୍ଯ୍ୟ ହାତକୁ ନେଇଛନ୍ତି ।ପ୍ରଧାନ ମନ୍ତ୍ରୀ  ନରେନ୍ଦ୍ର ମୋଦୀ ଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ହେଉଥିବା ବେଳେ ଏହି ମନ କି ବାତ୍ କାର୍ଯ୍ୟ କ୍ରମ ରେ ଅନୁପ୍ରାଣିତ ହୋଇ ଚିତ୍ର କୋଟ ଗ୍ରାମର ଶତାଧିକ ମହିଳା ମାନେ    ସମଗ୍ର ଗାଁ ବୁଲି ସ୍ୱଚ୍ଛ ଭାରତ ଭଳି ମହତ୍ କାମ କୁ ଆରମ୍ଭ କରିଛନ୍ତି ।ଏହି କାର୍ଯ୍ୟକ୍ରମ କରିବା ପରେ ଚିତ୍ର କୋଟ ର ମହିଳା ମାନେ  ସମସ୍ତ ଜନ ସାଧାରଣ ମାନଙ୍କୁ  ଏପରି କାର୍ଯ୍ୟ ରେ ସାମିଲ ହୋଇ ସ୍ବଚ୍ଛ ସୁନ୍ଦର  ଗ୍ରାମ ରେ ପରିଣତ କରିବା ପାଇଁ  ସମସ୍ତ ଙ୍କୁ ଆହ୍ବାନ ଦେଇଛନ୍ତି  । ଆଜିର ଏହି  କାର୍ଯ୍ୟ କ୍ରମରେ ରେ ଅଞ୍ଚଳ ଗୁମା ସରପଞ୍ଚ କୁସୁମା ପୁଜାରୀ ,ରମ୍ଭା ନାୟକ, କେ ନରସିଂହ ମୂର୍ତ୍ତି,ଡମ୍ବରୁ ମାଝୀ,,ସମାଜ ସେବୀ କାହୁଁ ରାଜ ସିଂ ସାଧୁ,ସୁରେନ୍ଦ୍ର ନାୟକ ନେତୃତ୍ୱ ନେଇ ଥିବା ବେଳେ ଗ୍ରାମର ଶତାଧିକ ମହିଳା ସହଯୋଗ କରି ଥିଲେ। ଏହି ଭଳି କାର୍ଯ୍ୟ କ୍ରମ କରି ଚିତ୍ର କୋଟ ର ମହିଳା ମାନେ ସ୍ଥାନୀୟ ଅଞ୍ଚଳ ତଥା ବୁଦ୍ଧି ଯିବି ମହଲରେ ପ୍ରଶଂସା ପାତ୍ର ହୋଇଛନ୍ତି ।ଗ୍ରାମରେ ପାଟ ବାଲି ଯାତ୍ରା ର ଉତ୍ସବ ବେଳେ ମହିଳାଙ୍କ ଏତାଦୃଶ କାର୍ଯ୍ୟକ୍ରମ ପ୍ରେରଣ।ପ୍ରଦ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳି ଖୁଣ୍ଟି

Related posts

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ 

masiha

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ , କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

masiha

Leave a Comment

error: Content is protected !!