ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବି ପୁରଣ ସକାଶେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

ବନ୍ଧୁଗାଁ:୩୦/୪।୨୩ // ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘର ବନ୍ଧୁଗାଁ ଶାଖା ପକ୍ଷରୁ ପଂଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ ସହ ଆଠ ଗୋଟି ଦାବିନେଇ ରବିବାର ଅଗ୍ନି ଗଗଂମା ମଣ୍ଡପ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଅଗ୍ନି ଗଗଂମା ପୂଜାର୍ଚ୍ଚନା ପରେ ଏହି ବୈଠକ ଆରମ୍ଭ କରି ଥିଲେ। ୧୩ଟି ପଂଚାୟତରେ ଥିବା ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନେ ସରକାରଙ୍କର ବିଭିନ୍ନ ଯୋଜନା ସମେତ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତା ବଂଟନ,ଚିଠିପତ୍ର ବଂଟନ ସହ ସାଧାରଣ ଏବଂ ପଂଚାୟତ ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଜିଲ୍ଲାର ସବୁ ପଂଚାୟତର ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ.ମାନଙ୍କୁ ପ୍ରତ୍ୟେହ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜନସାଧାରଣଙ୍କ ସୁବିଧା,ଅସୁବିଧା ବୁଝିବା ସହିତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା କରିବାକୁ ସରକାରୀ ନିର୍ଦେଶନାମା ଜାରିହୋଇଛି । ଏହା ଫଳରେ ପଂଚାୟତର ସରପଂଚ ଓ ନିର୍ବାହୀ ଅଧିକାରୀମାନେ ପଂଚାୟତର ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନଙ୍କୁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟ କରୁଛନ୍ତି । ଦୀର୍ଘବର୍ଷ ଧରି ପଂଚାୟତର ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିବା ବେଳେ ପଂଚାୟତର ଆଭ୍ୟନ୍ତରୀଣ ଆୟରୁ ଏମାନଙ୍କୁ ଦରମା ପ୍ରଦାନର ବ୍ୟବସ୍ଥା ରହିଥିବାରୁ କେତେକ ପଂଚାୟତର ମାସିକ ଦରମା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ କେତେକ ପଂଚାୟତରେ ନିଜସ୍ୱ ଆୟପନ୍ଥା ନଥିବାରୁ ସେହି ପଂଚାୟତର ଏହି କର୍ମଚାରୀଙ୍କୁ ଦରମା ମିଳେନାହିଁ ବୋଲି ସଙ୍ଘ ଅଭିଯୋଗ କରିଛି । ବର୍ତମାନର ନିଅଂଟିଆ ବଜାରରେ ଏଭଳି ସ୍ୱଳ୍ପ ବେତନରେ ବା ବିନା ଦରମାରେ ପରିବାର ଚଳାଇବା ବହୁ କଷ୍ଟକର ଓ ଦୁଃଖଦାୟକ ହୋଇପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପଂଚାୟତର ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନଙ୍କୁ ଅନୁ୍ୟନ ସରକାରଙ୍କ ଦୈନିକ ମଜୁରୀ ପ୍ରଦାନର ବ୍ୟବସ୍ଥା କରିବା ସହିତ ସେମାନେ ସ୍ଥାୟୀ ନିଯୁକ୍ତି ନିୟମିତ ଦରମା,ସମାନ କାମ କୁ ସମାନ ଦରମା ୨୦୧୪ ମସିହା ନିୟମ ୧୨୫ ଓ ୧୯୬୪ ମସିହା ୧୨୩ ଆଇନକୁ ତୁରନ୍ତ ସଂଶୋଧନ, ରାଜ୍ୟ ବଜେଟ ଏହି କର୍ମଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ରଖିବା, ପଞ୍ଚାୟତିରାଜ ବିଦ୍ଧି ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ କରିବା ସହ ଇ; ଗଭଣ୍ଣଆସ୍ ପୋର୍ଟାଲ ପିଅର ବିଭାଗ ରେ କର୍ମଚାରୀ ମାନଙ୍କୁ ତାଲିକା କୁ ପଞ୍ଜିକରଣ କରିବା, ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦନନୈତି,ଶ୍ରମ ଓ ନିୟୋଜିତ ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ବିଭାଗ ରୁ ଏକ ଷ୍ଟଡଇଗଂ ଅର୍ଡର ପ୍ରତ୍ୟେକ ପଞ୍ଚାୟତ କୁ ପଠାଇବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ,ବିଗତ ଦିନରେ ଯେଉଁ ଭଳି ଭାବେ ଗ୍ରାମପଞ୍ଚାୟତ ସଂପାଦକ ମାନଙ୍କୁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କ୍ଷମତା କମିଟି (ଅର୍ଥ ଓ ପଞ୍ଚାୟତ ରାଜ) ଓ ଅତିରିକ୍ତ ଶାସନ ସଚିବ ଙ୍କୁ ନେଇ ସରକାର ଅନୁଦାନ ଯୋଗାଇ ଦେବା ବ୍ୟବସ୍ଥା ଗ୍ରାଣ୍ଟ ରନ୍ ଏଡ କର୍ମଚାରୀ ମାନଙ୍କୁ ନିମନ୍ତେ ପଞ୍ଚାୟତ ରାଜ ବିଭାଗର କମିଟି ବ୍ୟବସ୍ଥା କରାଯାଉ ଦାବି କରିଛନ୍ତି । ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘ(ଚତୁର୍ଥ ଶ୍ରେଣୀ)ର ବନ୍ଧୁଗାଁ ଶାଖା ସଭାପତି ଗାଣ୍ଟା ସୁବାରାଓ, ସମ୍ପାଦକ କାର୍ତ୍ତିକ ପୂଜାରୀ, କୋଷାଧ୍ୟକ୍ଷ ମାର୍କଣ୍ଡ ମହାନଦ୍ଆ ସହ ୧୩ ଟି ପଞ୍ଚାୟତ ରୁ ଆସିଥିବା ଶୁବୁଧି ଦାମ,ବିପୁ କୁଲ୍ ଦୀପ,ବିଦ୍ୟ ସୂର୍ଯ୍ୟ,ଘନ ଦଏବରପଲ୍ଲଇ,ଦୁର୍ଯ ମେଲାକା,ମିଣିଆକା ଭୀଷ୍ମ, ମେଲାକା ଏଙଆଲଉ,କଆଡ଼୍ରଆକା କୁମାରୀ, ନରେନ୍ଦ୍ର ହାରାକା, ହାରାକା ରାଇ,ଆରୁଦ୍ରା କପଇଳଏଦଏବ, ମୋହନ, ରାଜେନ୍ଦ୍ର ଉପସ୍ଥିତ ଥିଲେ। ମୂଖ୍ୟ ଅତିଥି ଭାବେ ନିଲାବାଡି ସରପଞ୍ଚ ଓଟେକା ଜିଆନା ଏବଂ ପୂର୍ବତନ ପଞ୍ଚାୟତ ସମ୍ପାଦକ ସୀତାରାମ ଦାସ ଉପସ୍ଥିତ ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବେଦାନ୍ତ ହସ୍ପିଟାଲରେ ମୋତିଆବିନ୍ଦୁ ଚିହ୍ନଟ ଶିବିର

masiha

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ 

masiha

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

masiha

Leave a Comment

error: Content is protected !!