ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:(୩୧|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜବାଗୁଡା ଗ୍ରାମ ପଞ୍ଚାୟତ ତାଳବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକ ରବିନ୍ଦ୍ର କୁମାର ପୁହାଣ ସରକାରୀ ଚାକିରୀ ରୁ ଅବସର ନେଇଛନ୍ତି l ଆଜି ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ପୁହାଣଙ୍କୁ ଡାବୁଗାଁ ବ୍ଳକ ନୁତନ ପେନସନ୍ ଭୁକ୍ତ ଶିକ୍ଷକ ସଂଘର ଶିକ୍ଷୟତ୍ରୀ ଶିକ୍ଷକବୃନ୍ଦ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେ ତା୧୭|୧୨|୨୦୧୩ରେ ଓଡିଶା ଶିକ୍ଷା ବିଭାଗରେ ଯୋଗ ଦେଇ ନିଖୁଣ ଭାବେ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ଉଠିଥିଲେ l ସେ ଜଣେ ଛାତ୍ର ବତ୍ସଳ,ମେଳାପି,ପରୋପକାରୀ, ଆଦର୍ଶ ଶିକ୍ଷକ ଥିଲେ l ତା ୩୧|୮|୨୦୨୬ ଅବସରର ଦିବସ ଥିବାରୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ବିଦାୟକାଳୀନ ସଭାରେ ସଭାପତି ମୋହନସିଂ ଗଣ୍ଡଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, କାର୍ଯ୍ୟକାରୀ ସଭାପତି ମଙ୍ଗରାଜ ମାଝୀ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, କୋଷାଧକ୍ଷ ଅଜିତ ଷଡ଼ଙ୍ଗୀ,ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୁଜାରୀ, ସୌଭାଗ୍ୟ ବିଶ୍ୱାଳ, ରାଜୁ ହରିଜନ,ମନୋଜ ସାର, ହିରଣ୍ୟ ମାଝୀ, ପଦ୍ମନାଭ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ ଦଣ୍ଡସେନା ଓ ଗୁପ୍ତେପ୍ରସାଦ ନାଗ ,ନିଲମ ମାଝୀ,ଶିବରାମ ବେହେରା, ଅନିତା ବେହେରା, ଗିରୀଶବାଳା ଜେନା, ପୂଜା ଦତ୍ତ,ଇତିଶ୍ରୀ ସେଠୀ ଓ ସତ୍ୟଭାମା ନିହାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍l

Related posts

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ 

masiha

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!