“ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଧୁମଧାମରେ ସ୍ୱାୟତ ଶାସନ ଦିବସ ପାଳିତ
ଜୁନାଗଡ଼୧/୯(ମନୀସ:) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ସକାଳ ୮.୩୦ ରେ ଜାତୀୟ ପତାକା ଉତ୍ତୋଳନ ହୋଇ ଏକ ଶୋଭା ଯାତ୍ରା ଲଙ୍କେଶ୍ୱରୀ ମନ୍ଦିର ଅଭିମୁଖେ ବାହାରି ଡ଼ଃ ଆମ୍ବେଦକର ପ୍ରତିମୂର୍ତ୍ତି ଦେଇ ହସ୍ପିଟାଲ ଛକ ଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଶୋଭା ଯାତ୍ରା ଶେଷ ହୋଇଥିଲା, ଏହାପରେ ରାମଧୁନ ଗାନ ସହର ପରିକ୍ରମା କରି ଥିଲା।ସ୍ଥନୀୟ ସଂସ୍କୃତି ଭବନରେ ଆୟୋଜିତଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ସ୍ୱାୟତ ଶାସନ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଜୁନାଗଡ଼ ସହରର ସାମଗ୍ରିକ ବିକାଶ ଓ ନାଗରିକମାନଙ୍କୁ ଉନ୍ନତ ସେବା ପ୍ରଦାନ ଦିଗରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରଯୁକ୍ତ ଈଶ୍ୱର ପୁଝାରୀ, ସମାଜସେବୀ ଉଦ୍ଧବ ଚରଣ ସାହୁ, ଆଇନଜୀବୀ ଅଶୋକ କୁମାର ପାତ୍ର, ସାମ୍ବାଦିକ ସନ୍ତୋଷ ସିଙ୍ଗ ଦେଓ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଶିବ ରାମ ରାଉତ ଓ ମୁରାରୀ ଶର୍ମା ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟାଳୟ ତରଫରୁ AEE ଶ୍ରୀ ଶାନ୍ତନୁ ସେଠି, କନିଷ୍ଠ ଯନ୍ତ୍ରୀ ଶ୍ରୀ ଅରୁଣ କୁମାର ବେହେରା, ସଫେଇ ଅଧିକାରୀ ଶ୍ରୀ ବାଳକୃଷ୍ଣ ବଞ୍ଜାରା ଓ ଶ୍ରୀ କନ୍ଦର୍ପ ଗୁରୁ ଏବଂ ମଞ୍ଚ ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ରବୀନ୍ଦ୍ର ନାଥ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ, ପାରିଷଦ ବୃନ୍ଦ ଶ୍ରୀ ଚକ୍ରଧର ବାଗ, ଶ୍ରୀ ସଚିନ ଅନ୍ଦାନି, ଶ୍ରୀ କାହୁଁ ଚରଣ ବୈଠାରୁ, ଶ୍ରୀ ଗୋପାଳ ଚନ୍ଦନ, ଶ୍ରୀମତୀ କୁନି ଶବର, ଶ୍ରୀମତୀ ପୁଷ୍ପାଞ୍ଜଳି ଦଣ୍ଡସେନା , ଶ୍ରୀମତୀ ମାଧବୀ ବାଗ ଏବଂ ଶ୍ରୀମତୀ ମଞ୍ଜୁଲତା ସେଠି ଙ୍କ ସମେତ ସମସ୍ତ ଅଫିସ କର୍ମଚାରୀ , ସଫେଇ କର୍ମଚାରୀ, ସ୍ୱଚ୍ଛ କର୍ମଚାରୀ ଙ୍କ ସହିତ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀସି କର୍ମକର୍ତ୍ତା ଯୋଗ ଦେଇଥିଲେ, ଏହି ଅବସରରେ ଜୁନାଗଡ଼ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଚନା, ସଙ୍ଗୀତ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ହୋଇଥିଲା, କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ ହୋଇଥିଲା, ଏହି ମଞ୍ଚ ରେ ସେନା ବୀରତ୍ୱ ପଦବ ପାଇଁ ମନୋନୀତ ହୋଇଥିବା ମେଜର ସୁଧାଂଶୁ ପାଣି ଙ୍କ ମାତା ଙ୍କୁ ସମ୍ମାନିତ କରାଯାଇଥିବା ସମୟରେ Ex CRPF jawan ଶ୍ରୀ ଦେବେନ୍ଦ୍ର ମୁଣ୍ଡ ଉପସ୍ଥିତ ଥିଲେ, ସ୍ୱଚ୍ଛ କର୍ମଚାରୀ ମାନଙ୍କ ଦ୍ୱାରା ଏକ ସଚେତନତା ନାଟ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏହି ଅବସରରେ LED ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ବାର୍ତ୍ତା ମଧ୍ୟ ସମସ୍ତଙ୍କୁ ପ୍ରସାରଣ ହୋଇଥିଲା।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

