ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ରାଉରକେଲା: ଛେଣ୍ଡ ସ୍ଥିତ ହୃଷୀକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଅତିଥି ଭାବେ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ବିଷୟ ବିଶେଷଜ୍ଞ ଡ଼ ମୃତ୍ୟୁଞ୍ଜୟ ରଥ ଏବଂ ଅଧ୍ୟାପକ ପୂର୍ଣ୍ଣଦର୍ଶନ ସାହୁ ସମେତ ଅନ୍ୟାନ୍ୟ ମହାବିଦ୍ୟାଳୟ ର ଅଧକ୍ଷ ଏବଂ ଅଧ୍ୟାପିକା ଯୋଗ ଦେଇ ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଅତିଥି ମାନେ ନିଜ ଅଭି ଭାଷଣରେ ଛାତ୍ର ଛାତ୍ରୀ ଙ୍କ ମାର୍ଗ ଦର୍ଶନ କରିବା ସହ ଗଙ୍ଗାଧର ମେହେର ଙ୍କର ସଂଘର୍ଷମୟ ଜୀବନର ଗାଥା ର ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ ।ଓଡ଼ିଆ ଭାଷା ଏବଂ ଓଡ଼ିଆ ର ପରିଚୟ କେତେ ଯେ ମହାନ ତାହା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦାନ ମଧ୍ୟ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

masiha

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

Sunil Chandra Nayak

ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ନେଇ ଏକ ସଭା 

masiha

Leave a Comment

error: Content is protected !!