ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡି ପ୍ରତି ବିଶ୍ୱାସ ଜାହିର କଲେ ସୁନାବେଡା ର ଜନଜାତି ଓ ସୁନାବେଡା ର ଅଧିବାସୀ ଭୋଟର

ବିଜେଡି ପ୍ରତି ବିଶ୍ୱାସ ଜାହିର କଲେ ସୁନାବେଡା ର ଜନଜାତି ଓ ସୁନାବେଡା ର ଅଧିବାସୀ ଭୋଟର

ନୁଆପଡା | 04.11.25 — ସୁନବେଡ଼ା ବନ୍ୟପ୍ରାଣୀ ଅଭୟlରଣ୍ୟ ଅଞ୍ଚଳର ଗ୍ରାମ ଓ ବସ୍ତି ଗୁଡିକ ରେ ବସବାସ କରୁଥିବା ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି l ନିର୍ବାଚନ ପ୍ରଚାର ରେ ଯାଇଥିବା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ବିଜେଡି ର ସିନିୟର ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ଲେଖାଶ୍ରୀ ସମନ୍ତସିଂହlର ଓ ତେଜରାଜ ଶବର, ଶବର ସମାଜ ଅଧ୍ୟକ୍ଷ ଉପସ୍ଥିତ ଥିଲେ।

ଜନଜାତି,ପଛୁଆ ବର୍ଗ, ଯୁବ, ମହିଳା ଏବଂ ଶ୍ରମିକ ସମାଜର ଲୋକମାନେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପକ୍ଷରେ ସମର୍ଥନ ପ୍ରକାଶ କରିଥିଲେ ।

ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଯୋଜନାକୁ ଲୋକମାନେ କୃତଜ୍ଞତା ଜଣାଇଥି ଲେ। ବର୍ତ୍ତମାନ ର ବିଜେପି ସରକାର ସବୁ ଜନହିତକର ଯୋଜନା କୁ ବନ୍ଦ କରୁଛି, କାଟି ଦେଉଛି ବୋଲି ଲୋକ ଅଭିଯୋଗ କରିଥିଲେ l ଆବାସ ଟଙ୍କା ହ୍ରାସ, ମନରେଗା ଯୋଜନାରେ କାର୍ଯ୍ୟଦିବସ ହ୍ରାସ, ମଜୁରୀ ହ୍ରାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବନ୍ଦ, ଅନ୍ଵେଷା ଯୋଜନାରେ ନାମଲେଖା ବନ୍ଦ, ଷ୍ଟାଇପେଣ୍ଡ ବନ୍ଦ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ବନ୍ଦ, ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ବନ୍ଦ, ସାର ଅଭାବ, କଟନୀ ଛଟନୀ ବୃଦ୍ଧି ଭଳିଆ ଆଦିବାସୀ,ଗରିବ, ମହିଳା, ଚାଷୀ ବିରୋଧୀ କାର୍ଯ୍ୟ କୁ ଘୋର ନିନ୍ଦା କରିଥିଲେ l

ପବିତ୍ର ସୁନାଦେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ବରକୋଟରୁ ସୁନାଦେଇ ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ, ମିଶନ ଶକ୍ତି ଦ୍ୱାରା ମହିଳାଙ୍କ ସ୍ୱାବଳମ୍ବନ, ପ୍ରତ୍ୟେକ ଗାଁ କୁ ପାନୀୟ ଜଳ ଯୋଗାଣ ,ସ୍ୱାସ୍ଥ୍ୟ ସୁବିଧା ଓ ଜଙ୍ଗଲ ଆଧାରିତ ଜୀବିକାର ସୁରକ୍ଷା ଭୁଞ୍ଜିଆ, ଚକୋଟିଆ ଭୁଞ୍ଜିଆ ଉନ୍ନତି ପାଇଁ ଯୋଜନା ଦ୍ୱାରା ଶିଶୁ ଶିକ୍ଷା, ପୋଷଣ, ଘର ନିର୍ମାଣ ସହାୟତା, ସଂସ୍କୃତି ସୁରକ୍ଷା ଓ ଜୀବିକା ବିକାଶରେ ପରିବର୍ତ୍ତନ ଘଟିଛି. ଶ୍ରୀ ନିରଞ୍ଜନ ବିଶି କହିଲେ ଶ୍ରୀମତୀ ଲେଖାଶ୍ରୀ ସମନ୍ତସିଂହର କହିଲେ ଆମ କାମ କଥା କହେ ଆମେ ଶାନ୍ତି, ସମ୍ମାନ ଓ ମଣିଷ ପ୍ରତି ସେବାର ରାଜନୀତି କରୁ ବୋଲି ପ୍ରକାଶ କରି ବିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନେବେଦନ କରିଥିଲେ.।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଭାଲୁପିଆକୁ ହରାଇ ଗଜବାହାଲ ଚାମ୍ପିଅନ

Sunil Chandra Nayak

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ

masiha

Leave a Comment

error: Content is protected !!