ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୮୮ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୬୮ ଟି ବ୍ୟକ୍ତିଗତ ୨୦ ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ ଥିଲା lଏହି ସବୁ ସମସ୍ୟାର ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର,ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଷୀ,ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ l କୋମନା ବିଡ଼ିଓ ବିନୟ ଭୋଇ , ତହସିଲଦାର ପ୍ରୟାଶୀ ପ୍ରଧାନ,ଡେପୁଟି କଲେକ୍ଟର ଶେଖ୍ ନସିମ, ଏ ବିଡ଼ିଓ ଭକ୍ତବନ୍ଧୁ ବୁଡେକ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ,ଡଃ ଭାବନା ନାଗପୁରି, ଡଃ ଶିବାଙ୍ଗି ରଥ, ଡଃ ଶ୍ରୀତମ ସାହୁ,ଡଃ ପ୍ରଶାନ୍ତ କୁମାର ଦାସ ଦନ୍ତ ଚିକିତ୍ସକ,ଦେବ ଦୂଲ୍ଲଭ ସିଂ ଫାର୍ମାସିଷ୍ଟ ,ମୀନା କୁମାର ବାଗ ଏ ଏନ୍ ଏମ୍ ପ୍ରମୁଖ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କଳ ଆଲୁମିନାରେ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ

masiha

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

masiha

ତେନ୍ତୁଳିଖୁଣ୍ଟି:ଓଲମା ଠାରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଆଖିମୁଠି ଅନୁକୂଳ

Sunil Chandra Nayak

Leave a Comment

error: Content is protected !!