ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା: ରାଜକୋଟରେ ଦାଦନ ଶ୍ରମିକ ମୃତ 

କର୍ଲାମୁଣ୍ଡା: ରାଜକୋଟରେ ଦାଦନ ଶ୍ରମିକ ମୃତ 

କର୍ଲାମୁଣ୍ଡା: କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମର ଶ୍ରମିକ ଇଶାନ ବିଭାର (୩୩)। ଇଶାନ କିଛିମାସ ତଳେ ଗୁଜରାଟ ର ରାଜକୋଟ ସହରକୁ କାମ କରିବାକୁ ଯାଇଥିଲେ। ସେ ଏକ ସଂସ୍ଥାରେ କାମ କରୁଥିଲେ। ଇଶାନ କାମ କରୁଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପରିବାର ଲୋକେ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ସ୍ବାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସଞ୍ଜୁ ସୁନା ଅସୁସ୍ଥ ହୋଇ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସମାଜସେବୀ ଚିନ୍ମୟ ମିଶ୍ର ଏବଂ ରିଙ୍କୁ ବାଗ ରାଜ୍ୟସଭା ଏମ୍‌ପି ସୁଜିତ କୁମାରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ମୃତଦେହ ନିଜ ଗାଁ ଗଜବାହାଲକୁ ପହଞ୍ଚିବ ବୋଲି କୁହାଯାଉଛି । ଇଶାନ ଜଣେମାତ୍ର ପରିବାରର ରୋଜଗାରିଆ ବ୍ୟକ୍ତି ଥିଲେ। ଇଶାନଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଇଶାନଙ୍କ ୯ ବର୍ଷ ଓ ୭ ବର୍ଷର ଦୁଇ ପୁଅ ଏବଂ ସ୍ତ୍ରୀଙ୍କ ସହ ମା’ ଅଛନ୍ତି। ଏନେଇ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମଦନପୁର- ରାମପୁର କୁ ରାଜସ୍ବ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବି ପ୍ରସଙ୍ଗ , ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ 

masiha

ଇନର ହୁଇଲ ର ସାମାଜିକ କାର୍ଯ୍ୟକ୍ରମ 

Sunil Chandra Nayak

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

masiha

Leave a Comment

error: Content is protected !!