ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ପଞ୍ଚାୟତ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ ମହାସଭା ଅନୁଷ୍ଠିତ

କାମାକ୍ଷାନଗର -(ମନିସ )10/5/23 //ସର୍ବ ସ୍ତରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଦିମ ଜନଜାତି ଜୁଆଙ୍ଗ ଭାଷା ଅନ୍ୟତମ। ନିଜର ଜାତି ପ୍ରଥା ଅନୁସାରେ ନିଜର ପରମ୍ପରା ଅନୁଯାୟୀ ଭାଷା କୁସଂସ୍କାର ଅନ୍ଧ ବିଶ୍ବାସକୁ ନେଇ ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ସଂକୀର୍ତ୍ତନ ମଣ୍ଡଳୀ ମହାସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଏରପୁର ଗୁନେଇବିଲୀ ପଞ୍ଚାୟତର ବିଶିଷ୍ଟ ସମାଜ ସେବୀ କୃଷକ ନେତା ବିପ୍ରବର ସାହୁ , ଜିଲ୍ଲା ଆଦିମ ମହାସଂଘ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଭଏର ପୁର ଗୁନେଇବିଲୀ ସରପଞ୍ଚ ଆରତୀ ରାଉତ ଏବଂ ବାଙ୍କୁଆଳ ପଞ୍ଚାୟତ ସରପଞ୍ଚ କମଳିନୀ ଦାସ୍ ଯୁବସଂଗଠକ ସମାଜ ସେବୀ ରଞ୍ଜନ କୁମାର ଦାସ ଯୋଗ ଦେଇ ଥିଲେ। ଏହି ସଭାର ମୂଳ ଲକ୍ଷ୍ୟ ହେଲା ଜୁଆଙ୍ଗ ଜନ ଜାତିର ବାଲ୍ୟ ବିବାହର ପରିବର୍ତ୍ତନ ନିଶା ନିବାରଣ, ଶିକ୍ଷା ସଚେତନ କାର୍ଯ୍ୟକ୍ରମ, କୀର୍ତ୍ତନ ମାଧ୍ୟମରେ ପରମ୍ପରାକୁ ତ୍ଵରାନିତ କରିବା, କଳା ସଂସ୍କୃତି ପରମ୍ପରାକୁ  ସୁଦୃଢ କରିବା , କୃଷି ବ୍ୟବସାୟ କର୍ମ ଯୋଗାଣ ପନ୍ଥା ଆଦିକୁ ସୁଦୃଢ କରିବା ନିମନ୍ତେ ସ୍ଵଂୟ ସହାୟକ ଗୋଷ୍ଠୀ ମାନକୁ ଅନୁଦାନ ପ୍ରାପ୍ତ ଯୋଜନା ସମ୍ବଧରେ ଅବଗତ କରାଇବା। ସଭା ଗୃହ, ଜଳ ସେଚନ, ମାଇକ୍ରୋ ଇରିକେସନ ଏବଂ ମେଘା ବୋରୋୱେଲ ପଏଣ୍ଟ୍ ସ୍ଥାପନ ନିମନ୍ତେ ପଦକ୍ଷେପ ନେବା ଏ ସବୁ କ୍ଷେତ୍ର ରେ ବିଶେଷ ଆଲୋଚନା କରିବା ସହିତ ପାଞ୍ଚଟି କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ଭଜନ ସଙ୍ଗୀତ ପରିବେଷଣ କରି ଥିଲେ। ଏହି କୀର୍ତ୍ତନ ସମାରୋହରେ ଜୁଆଙ୍ଗ ସମ୍ପ୍ରଦାୟର ଭାଷାରେ ସଙ୍ଗୀତ ପରିବେଷଣ କରି ବେଶ୍ ଅତିଥି ମାନକୁ ଉତ୍ସାହିତ କରି ଥିଲେ। ଏହି ସଭାରେ ପଞ୍ଚାୟତର ସମସ୍ତ ଜୁଆଙ୍ଗ ସମ୍ପ୍ରଦାୟର ଲୋକ ଅଂଶ ଗ୍ରହଣ କରି ସଭାକୁ ଆୟୋଜନ କରିବା ସହିତ ଶାନ୍ତି ଶ୍ରୁଖଳାର ସହିତ ସଭା ସାଙ୍ଗ କରା ଯାଇ ଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଂଗ୍ରେସ ଦଳ ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

masiha

ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!