ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

ଜଗତସିଂହପୁର :- ଯେତେ କଟକଣା ଲାଗୁ କଲେବି ହାଇୱା ଚାଳକ ନିୟମ ବାହାରେ କାର୍ଯ୍ୟ କରି ଚାଲିଛନ୍ତି ! ପ୍ରତି ମୁହୂର୍ତ୍ତରେ ଓବରଲୋଡିଂ ମାଲ ବହନକରି ଯିବାଆସିବାରେ ସାଧାରଣ ଲୋକଙ୍କ ବିପଦର କାରଣ ହେଉଛନ୍ତି ! ସେଇପରି ଏକ ସମସ୍ୟା ଉପୁଯାଉଥିବା ଦୁଇଟି ଓବରଲୋଡିଂ ହାଇୱା କୁ ଜଗତସିଂହପୁର ତହସିଲଦାର ଚାଟ୍ରା ସୋମନାଥ ହାଟ ନିକଟସ୍ଥ ଜନଗହଳି ରାସ୍ତା ଉପରୁ ଜବତ କରି ଫାଇନ ଲଗାଇଛନ୍ତି ! ହାଇୱା ଦୁଇଟିର ନମ୍ବର ଯଥାକ୍ରମେ OD 21 0121ଓ OD 21- 0-1214 ରହିଥିବା ବେଳେ ଗାଡି ଦୁଇଟିର କାଗଜପତ୍ର ଯାଞ୍ଚ କରାଯାଇ ଓବରଲୋଡିଂ ପାଇଁ ଫାଇନ ଲଗାଇ ସ୍ଥାନୀୟ ପୋଲିସଙ୍କ ଜିମା ଦିଆଯାଇଛି ! ବିଶେଷ ସୂତ୍ରରୁ ପ୍ରକାଶ ଯେ ଯାଞ୍ଚ ପରେ ଗାଡି ଦୁଇଟିକୁ ଛାଡି ଦିଆଯାଇ ପାରେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ପିକଅପ ଭ୍ୟାନ ସହ ୨୫୪ ଲିଟର ବିଦେଶୀ ମଦ ଜବତ : ଡ୍ରାଇଭର ଓ ସହଯୋଗୀ ଗିରଫ

masiha

ଗ୍ରାହକ ଓ ହିତାଧିକାରୀଙ୍କ ଙ୍କ ଲକ୍ଷାଧିକ ଟଙ୍କା ଉଠାଇ ଗ୍ରାହକ ସେବାକେନ୍ଦ୍ର ଯୁବକ ଫେରାର, ଥାନାରେ ଅଭିଯୋଗ

Sunil Chandra Nayak

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

Leave a Comment

error: Content is protected !!