ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

 ପାପଡାହାଣ୍ଡି,10/5,ମନିସ — ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ମାଝୀଗୁଡାସ୍ଥିତ ବାସଭବନରେ ବୁଧବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତର ଦୁଇ ଶହରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ବିଜେଡିରେ ସାମିଲ ହୋଇଛନ୍ତି | ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଲିକ, ତ୍ରିନାଥ ପ୍ରଧାନ, ଯୁଗଳ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ | ଘାଟଗୁଡା ପଂଚାୟତ ସରପଞ୍ଚ ଉର୍ମିଳା ଯାନୀ, ଲକ୍ଷ୍ମଣ ଯାନୀ ସହ 200 ରୁ ଉର୍ଦ୍ଧ ବିଭିନ୍ନ ଦଳ ଛାଡି ବିଜେଡି ରେ ସାମିଲ ହୋଇଥିଲେ | ଦଳ ତରଫରୁ ସେମାନଂକୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଲକ୍ଷ୍ମଣ ବିଜେଡିରେ ସାମିଲ ହେବା ପରେ ବିଜେଡି ଦଳ ମଜବୁତ ହୋଇଛି | ଅଗାମି ନିର୍ବାଚନ ଅଳ୍ପଦିନ ବାକିରହିଥିବା ବେଳେ ବିଜେଡିର ମିଶ୍ରଣ ପର୍ବ ପାପଡାହାଣ୍ଡି ରାଜନୀତିର ଉଷ୍ମତା ବଢ଼ାଇ ଦେଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

Sunil Chandra Nayak

ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ସମ୍ବିତ ପାତ୍ର

Sunil Chandra Nayak

Leave a Comment

error: Content is protected !!