ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

ବ୍ରହ୍ମପୁର: ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ସରିତା ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି। ଶ୍ରୀମତୀ ପଣ୍ଡା ଜଣେ ସମାଜସେବୀ ଭାବେ ଗତ ଦୁଇ ଦଶନ୍ଧି ଧରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ସମାଜ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ମାଟି ପାତ୍ରରେ ରୋଷେଇ କରିବା, ମାଟି ହାଣ୍ଡି ବ୍ୟବହାର କରିବା, ପାରମ୍ପରିକ ଉପାୟରେ ରୋଷେଇ କରିବା ନେଇ ସେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ସେହିପରି ବିଭିନ୍ନ ବସ୍ତିରେ ଲୋକମାନଙ୍କ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ସେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଅନେକ ବର୍ଷ ହେଲା ମାଟି କାମ ସହିତ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା, ନାରୀ ସ୍ୱାବଲମ୍ବୀ, ଯୁବପିଢିଙ୍କୁ ସଶକ୍ତ, ପିଲାଙ୍କ ବିକାଶ ଇତ୍ୟାଦି କାର୍ଯ୍ୟକ୍ରମ କରୁଛନ୍ତି l ଏହାସହ କମ ବଜେଟରେ ଅନେକ କାମ ଆରମ୍ଭ କରି ଅନେକ ଲୋକଙ୍କୁ ନିଯୁକ୍ତି ପ୍ରଦାନ, ପାରିବାରିକ ଶୃଙ୍ଖଳା ଯେମିତି ବଜାଇ ରହିବ ଏବଂ ଆମ ପରମ୍ପରା କିପରି ଉଜ୍ଜିବିତ ରହିବ ସେଥିପ୍ରତି ଦୃଷ୍ଟି ଦେବେ। ନିକଟର ସେ ମୁଖ୍ୟମନ୍ତ୍ରୀ ଓ ୫- ଟି ସଚିବଙ୍କୁ ଭେଟିବାକୁ ଯିବେ। ଏ ନେଇ ତାଙ୍କୁ ଡାକରା ଆସିଥିବା ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଲୋକଙ୍କ ସେବା କରିବା ମୋ ଜୀବନର ଲକ୍ଷ୍ୟ। ସେ କହିଛନ୍ତି ବ୍ରହ୍ମପୁରର ବିକାଶ ଯେଭଳି ହେବା କଥା ତାହା ହୋଇପାରିନି। ବ୍ରହ୍ମପୁରବାସୀଙ୍କ ଅନେଗୁଡ଼ିଏ ମୌଳିକ ସମସ୍ୟା ରହିଯାଇଛି। ଯାହାକୁ ସମାଧାନ କରିବା ପାଇଁ ମୁଁ ପ୍ରାଣେ ପ୍ରାଣେ ଉଦ୍ୟମ ଜାରି ରଖିଛି। ପ୍ରତିନିଧି ବନିବା ହେଉଛି କେବଳ ଏକ ମାଧ୍ୟମ। ଜନ ପ୍ରତିନିଧି ହିସାବରେ ସରକାରଙ୍କ ନିକଟରେ ମୋର ଦାବି ରହିବ ଯେ ବ୍ରହ୍ମପୁର ବାସୀଙ୍କ ଜୀବନ ଧାରଣର ମାନକୁ କିପରି ଉନ୍ନତ କରିହେବ। ଲୋକମାନଙ୍କ ଟିକସ ଅର୍ଥକୁ ସଠିକ ବାଟରେ ବିନିଯୋଗ କରିବା ମୋ ଜୀବନର ମୂଳମନ୍ତ୍ର ରହିବ। କାରଣ ଲୋକଙ୍କ ଟିକସ ଅର୍ଥ ଯେଉଁସବୁ ଯୋଜନାରେ ବିନିଯୋଗ ହେଉଛି ତାହାର ମାଲିକ ହେଉଛନ୍ତି ସାଧାରଣ ଜନତା। ତେଣୁ ସାଧାରଣ ଜନତାଙ୍କ ଟିକସ ଅର୍ଥ ଯେପରି ବାଟ ମାରଣା ହେବନାହିଁ ସେ ଦିଗରେ ମୁଁ ପଦକ୍ଷେପ ଗ୍ରହଣ କରିବି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅଂଚଳଗୁମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!