ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ହାବସପୁର ଠାରେ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ 

ବିଜେପି ର ହାବସପୁର ଠାରେ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ 

ଜୁନାଗଡ଼୮/୭(ମନୀସ )-ଜୁନାଗଡ଼ ହାବସପୁର ମଣ୍ଡଳ ଦ୍ୱାରା ହାବସପୁର ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି l ମଣ୍ଡଳ ସଭାପତି ଷଷ୍ଠୀ ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ ସାଂସଦ ମାଳବିକା ଦେଓ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ନେତା ମନୋଜ ମେହେର,ବରିଷ୍ଟ ନେତା ଅଜୟ ପାଣିଗ୍ରାହୀ, ପୂ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶର୍ମିଷ୍ଠା ମେହେର,ପୂ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ,ହିମାଂଶୁ ଶେଖର ବରାଡ଼, କାଳିନ୍ଦୀ ପାଣିଗ୍ରାହୀ, ସୁଧାଂଶୁ ବରାଡ଼, ଚନ୍ଦ୍ରହାସ୍ୟ ବିଶ୍ୱାଳ, ଅଂଶୁମାନ ଯୋଶୀ, ନଗର ସଭାପତି ଵିକ୍ରାନ୍ତ ପଟ୍ଟନାୟକ, ଶିବରାମ ରାଉତ, ସୁଶୀଲ ପଣ୍ଡା,ଦେବଦତ୍ତ ପଣ୍ଡା, ଅନୁସୂଚିତ ଜାତି ମୋର୍ଚା ସଭାପତି ବିଷ୍ଣୁ ନାଏକ, ଅନୁସୂଚିତ ଜାତି ମୋର୍ଚା ଜିଲ୍ଲା ସମ୍ପାଦକ ରଞ୍ଜନ ଜାଲ, ମହିଳା ମୋର୍ଚା ଜିଲ୍ଲା ସଭା ନେତ୍ରୀ କାଞ୍ଚନ ବେମାଲ, କୃଷକ ମୋର୍ଚା ଜିଲ୍ଲା ସମ୍ପାଦିକା ଶୁଚିସ୍ମିତା ବେହେରା, ଜିଲ୍ଲା ବରିଷ୍ଟ ନେତ୍ରୀ କୁନ୍ତଳା ରାଉତ, ହାବସପୁର ମଣ୍ଡଳ ସହ ପ୍ରଭାରୀ ସନାତନ ସୁନାନୀ,ବବ୍ରୁବାହାନ ମୁଣ୍ଡ, ତୋଫାନ ସୁନାନୀ, ବରିଷ୍ଠ ନେତା ନାରାୟଣ ସାହୁ, ଭାଗିରଥି ବେହେରା, ହର ପ୍ରସାଦ ସରାଫ, ଶିଶୁଦେବ ମୁଣ୍ଡ ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ମଂଚାସୀନ ଥିଲେ l ସ୍ୱାଗତ ଭାଷଣ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ଦେଇଥିବା ବେଳେ ଦୁଷ୍ମନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ଏହି ମିଶ୍ରଣ ପର୍ବ ରେ ଅଂଚଳ ର ୫୦୦ ରୁ ଉର୍ଧ୍ଵ ମହିଳା ପୁରୁଷ ଓ ଯୁବକ ବିଜେପି ର ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳ ରେ ସାମିଲ ହୋଇଥିଲେ l ମୋଦୀ ସରକାର ର ୧୨ବର୍ଷ ର ପୂର୍ତ୍ତି ଓ ବିକାଶ, ମୋହନ ମାଝୀ ଙ୍କ ଦୁଇ ବର୍ଷ ର ବିକାଶ ର ବିଭିନ୍ନ ଯୋଜନା ଉପରେ ଆଲୋକପlତ କରି ଥିଲେ l ପରି ଶେଷରେ ହାବସପୁର ଶକ୍ତି କେନ୍ଦ୍ର ପ୍ରମୁଖ ଶ୍ରୀଯୁକ୍ତ ଅକ୍ଷୟ ନାଏକ ଙ୍କ ନିଜ ଅନୁଦାନ ରେ ଗ୍ରାମ ପଂଚାୟତ ର ଜନସାଧାରଣ ଙ୍କ ପାଇଁ ଏକ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକlପୀର୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ପୁରୁଷ ଓ ବିଜେପି କର୍ମୀ ଯୋଗଦାନ କରି ସଭା କୁ ସାଫଲ୍ୟ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜୁ ପ୍ରତିଷ୍ଟା ଦିବସ ଓ ୨୫ ବର୍ଷ ବିଜେଡି ଶାସନ ପୁର୍ତ୍ତି ଅବସରରେ ପାଳନ କଲେ ବିଜେଡି କର୍ମୀ ବୃନ୍ଦ

Sunil Chandra Nayak

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

masiha

ଜଣାଶୁଣା ଚେହେରା ତଥା ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ସୁରେଶ ସାସ୍ତ୍ରୀ ଭାରତୀୟ ଜନତା ପାର୍ଟି ହେଲେ ସାମିଲ 

masiha

Leave a Comment

error: Content is protected !!