ଖଡିକାଶୋଳ ଗ୍ରାମରେଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଲୋଧା ଜନଜାତିଙ୍କ ଦାବି
ରାଇରଙ୍ଗପୁର -ତା.୨୭/୧୧ ; ମୟୁରଭଞ୍ଜ ଜିଲ୍ଲା,ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ଖଡ଼ିକାଶୋଳ ଗ୍ରାମରେ ଲୋଧା ଜନଜାତିର ଲୋକେ ବସବାସ କରୁଥିବା ଏକ ବସ୍ତି ରହିଛି । ଏହି ବସ୍ତିରେ ୫୦ରୁ ଉର୍ଦ୍ଧ ପରିବାର ବାସ କରୁଥିଲେ ମଧ୍ୟ ଅଙ୍ଗନୱାଡ଼ିକେନ୍ଦ୍ର ନାହିଁ । ଫଳରେ ଏଠାକାର ଲୋକଙ୍କୁ ୨କିମି ଦୁରରେ ଥିବା ଅନ୍ୟ ଗୋଟିଏ ଗ୍ରାମ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଅଙ୍ଗନୱାଡ଼ି ଦୁର ହେଉଥିବାରୁ ଏହି ବସ୍ତି ପିଲାମାନଙ୍କର ନାମ କେନ୍ଦ୍ରରେ ଗଡ଼ିଚାଲେ, କିନ୍ତୁ କୌଣସି ପିଲା ଆଦୌ ଯାଆନ୍ତି ନାହିଁ । ଏହିଭଳି ବର୍ତମାନ ପ୍ରାୟ ୨୫ରୁ ଉର୍ଦ୍ଧ ପିଲାଙ୍କ ନାମ ଅଙ୍ଗନୱାଡ଼ିକେନ୍ଦ୍ରରେ ଗଡ଼ିଚାଲିଥିବାର କଥା ଗ୍ରାମବାସୀ ଜଣାଇଛନ୍ତି । ମୟୂରଭଂଜରେ ବସବାସ କରୁଥିବା ଖଡ଼ିଆ, ମାଙ୍କିଡ଼ିଆ ଓ ଲୋଧା ଜନଜାତିର ଲୋକେ ସବୁଠାରୁ ଅଧିକ ଅବହେଳିତ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ଏହି ଜନଜାତିର ଲୋକେ ଅଙ୍ଗନୱାଡ଼ି ସେବା ପାଇବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ କତୃପକ୍ଷ ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

