ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବନ୍ଧୁ ମିଳନ

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବନ୍ଧୁ ମିଳନ 

ଧର୍ମଗଡ:୬/୧/୨୫:ଧର୍ମଗଡ ବ୍ଲକ ଅନ୍ତର୍ଗତ ସନ୍ଧି କୁଲିହାରୀ ପଞ୍ଚାୟତ ସଭା ଗୃହ ରେ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ବିଚିତ୍ରାନନ୍ଦ ନେଗି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆଇନଜୀବି ଜହର ଲାଲ ବାଗ, ମୂଖ୍ୟ ବକ୍ତା ଭାବେ ସଭାପତି କବିରାଜ ଦୂର୍ଗା, ସମ୍ମାନୀତ ଅତିଥି ଭାବେ ଧବଳେଶ୍ୱର ପାତ୍ର, ଶଶି ଧର ସାହୁ, କୁମୁଦ ଚନ୍ଦ୍ର ପାତ୍ର, ତୁଳସୀ ରାମ ବାରିକ, ବିଭତ୍ସ ଦାସ, ହୃଷୀକେଶ ସାହୁ, ସୁମେଶ୍ୱର୍ ଜଗତ ପ୍ରମୁଖ ଯୋଗ ଦେଇ ସଂଘ ର ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଥିଲେ । ସମ୍ପାଦକ ଧରଣୀ ଧର ଧଙ୍ଗଡାମାଝି ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପ୍ରତାପ କିଶୋର ଆଚାର୍ଯ୍ୟ ଗୁରୁଜୀ ମାନଙ୍କ ଉଦେଶ୍ୟ ରେ ଏକ ସଙ୍ଗୀତ ଆବୃତ୍ତି କରିଥିଲେ । ସଂଘ ର ନିଷ୍ପତ୍ତି କ୍ରମେ ୮୨ ବର୍ଷ ରେ ପଦାର୍ପଣ କରିଥିବା ଦୟାନିଧି ଜାଲ, ଦୁରୁ ସେଠୀ, ମହେନ୍ଦ୍ର ବାଗ ଙ୍କୁ ଉପଢୌକନ ଦେଈ ସମ୍ବର୍ଦ୍ଧିତ କରାଯାଇ ଥିଲା । ହୃଷୀକେଶ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

Sunil Chandra Nayak

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

Leave a Comment

error: Content is protected !!