ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସଭା 

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସଭା 

କଟକ : ଦୀର୍ଘ ୨୪ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା ଧର୍ମ, ତତ୍ତ୍ୱ,ଜ୍ୟୋତିଷ,ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର କଟକ ସଦର ଥାନା ଅନ୍ତର୍ଗତ ନଛିପୁର ଶ୍ରୀ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ପତ୍ରିକାର ସମ୍ପାଦକ ଶ୍ରୀ ସନ୍ନ୍ୟାସୀଜୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଆତ୍ମଜ୍ଞାନୀ ସନ୍ଥ ସ୍ୱାମୀ ଅଦୌତlନନ୍ଦ ସରସ୍ବତୀ ଉଦଘାଟକ,ମହର୍ଷି ସନ୍ଦୀପନି ବେଦ ବିଦ୍ୟା ପ୍ରତିଷ୍ଠାନ,ମଧ୍ୟପ୍ରଦେଶର ଉପାଧ୍ୟକ୍ଷ୍ୟ ତଥା ରାଜେନ୍ଦ୍ରପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ,ବିହାରର କୁଳାଧିପତି ପ୍ରଫେସର (ଡଃ) ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ବକ୍ତା,ଡ଼କ୍ଟର ଶରତ କୁମାର ବିଶ୍ୱାଳ,ପ୍ରାର୍ଥନା ଚ୍ୟାନେଲ ନିର୍ଦେଶକ ଶପଥ କୁମାର ମହାପାତ୍ର, ପ୍ରଯୋଜକ ଅଭିନନ୍ଦନ ଦାସ, ବାବାଜୀ ବିଶ୍ୱନାଥ ଦାସ,ବ୍ରହ୍ମଚାରୀ ବିଶ୍ୱେଶ ଚୈତନ୍ୟ,ସନ୍ଥ କୃଷ୍ଣ ଦାସ, ସ୍ୱାମୀ ଭବାନୀଶଙ୍କର ସ୍ୱରୂପ,ସ୍ୱାମୀ ଜିଜ୍ଞାସା ନନ୍ଦ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କ ଭିତରେ ଦିବ୍ୟ ଆଲୋକ ଅଛି ଏବଂ ତାକୁ ଖୋଜିବା ପ୍ରତ୍ୟେକ ମଣିଷର ପରମ ଧର୍ମ ବୋଲି ମତ ଦେଇଥିଲେ l ଉକ୍ତ ଉତ୍ସବରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ଶିରପl, ମାନପତ୍ର,ଉତ୍ତରୀୟ, ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ‘ଦିବ୍ୟାଲୋକ ସନ୍ଧାନେ ରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଉଥିଲା l ଅନ୍ୟ ଅଷ୍ଟ ରତ୍ନ ମାନଙ୍କ ମଧ୍ୟରେ ପାଲlକାର ଡଃ ଶିଶିର କୁମାର ପାଢ଼ୀଙ୍କୁ ‘ଗାୟକ ରତ୍ନ’, ଉପେନ୍ଦ୍ର ମହଲାଙ୍କୁ ‘ସାମ୍ବାଦିକ ରତ୍ନ’,କଟକ କମିଶନରେଟ ପୋଲିସ ର ଜୋନ -୧ ଏ ସି ପି ଅରୁଣ କୁମାର ସ୍ୱାଇଁଙ୍କୁ ‘ ପୋଲିସ ସେବା ରତ୍ନ ‘, ଅଶୋକ ପଟ୍ଟନାୟକଙ୍କୁ ‘ନିର୍ଦେଶକ/ପ୍ରଯୋଜକ ରତ୍ନ ‘ଦଧିଚି ଶିକ୍ଷlନୁଷ୍ଠାନ ସମୂହର ଅଧ୍ୟକ୍ଷ ଡଃ ମନୋଜ କୁମାର ଦାଶଙ୍କୁ ‘ ଶିକ୍ଷା ରତ୍ନ’, ଭୁବନେଶ୍ୱରୀ କ୍ଲବ,ବ୍ରାହ୍ମଣସାଇଲୋଙ୍କୁ ‘ ସାମାଜିକ ସେବା ରତ୍ନ’,ପଣ୍ଡିତ ପ୍ରମୋଦ କୁମାର ପଣ୍ଡାଙ୍କୁ ‘ପ୍ରବକ୍ତା ରତ୍ନ’,ଏବଂ ନିରତlରର ନିର୍ଦେଶକ ଡଃ ପତିତପାବନ ମହାନ୍ତିଙ୍କୁ ‘ ‘ଚିକିତ୍ସକ ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବା ସହିତ ଦିବ୍ୟାଲୋକ ସନ୍ଧାନେ ପତ୍ରିକାରେ ନିୟମିତ ଲେଖୁଥିବା ଅଲେଖ ମିଶ୍ର,ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଗୋପାଳ ମିଶ୍ର,ଅନନ୍ତ ଗୋପାଳ ପଣ୍ଡା ଏବଂ ଅର୍ଜୁନୀ ଚରଣ ବେହେରାଙ୍କୁ ‘ଦିବ୍ୟାଲୋକ ସନ୍ଧlନେ ଲେଖକ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ସ୍ୱାଗତ ଭାଷଣ,ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଅତିଥି ପରିଚୟ,ଏବଂ ସାମ୍ବାଦିକ ପ୍ରତାପ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପଣ୍ଡିତ ତ୍ରିନାଥ ମହାପାତ୍ର ଓ ସାଥି ହନୁମାନ ଚାଳିଶା ଓ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଶ୍ରୀମଦ ଭାଗବତ ଉପରେ ପ୍ରବଚନ ପ୍ରଦାନ କରିଥିଲେ l ଏହି ଅବସରରେ ପତ୍ରିକାର ଜାନୁଆରୀ ସଂଖ୍ୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ୩୦ ଜଣଙ୍କୁ ଗ୍ରାମ ପ୍ରେମୀ ସମ୍ନାନ ପ୍ରଦାନ କରାଯିବା ସହିତ ଗଣମାଧ୍ୟମ କର୍ମୀ,ତଥା ଅଂଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସମ୍ପାଦକ ଇଂ.ବିପ୍ଳବ ଦାସ,ସାମ୍ବାଦିକ ରମେଶଚନ୍ଦ୍ର ପ୍ରଧାନ,ସାମ୍ବାଦିକ କାନନ ବିହାରୀ ନାୟକ,ସାମ୍ବାଦିକ ବିଭୁତି ତରାଇ, ଇଂ.ସେବକ ଶ୍ରୀକାନ୍ତ,ହୃଦାନନ୍ଦ ବେହେରା,ଦିଲୁ ମଲ୍ଲିକ,ଇଂ.ରାମଚନ୍ଦ୍ର ବେହେରା,ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ମୁଣ୍ଡରା ଗୁଡ଼ାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!