ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଗୁଡାରେ ବିଭିନ୍ନ ଅନୁଷ୍ଠାନରେ ବିଶ୍ଵକର୍ମାଙ୍କ ପୂଜା

ବୁଗୁଡାରେ ବିଭିନ୍ନ ଅନୁଷ୍ଠାନରେ ବିଶ୍ଵକର୍ମାଙ୍କ ପୂଜା

ବୁଗୁଡ଼ା,୧୭/୦୯:ବୁଗୁଡ଼ା ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହା ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଭଗବାନ ବିଶ୍ଵକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସେହିପରି ନିକଟସ୍ଥ ଷୋଳମଇଲି ଠାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ଵ କାର୍ଯ୍ୟାଳୟ ପରିସରରେ ଠାକୁର ବିଶ୍ଵକର୍ମାଙ୍କ ପୂଜା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବାଲିପଦର ଗ୍ରାମସ୍ଥ ବିଶ୍ଵକର୍ମା ଭବନ ପରିସରରେ ବିଶ୍ଵକର୍ମାଙ୍କ ପୂଜା ପାଳିତ ହୋଇଯାଇଛି।ଏଥି ସହ ସ୍ଥାନୀୟ ତାରିଣୀ ମୋଟର୍ସ , ହରିଆନା ଷ୍ଟିଲ ୱାର୍କ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର,ଭାରତ ରେଫ୍ରିଜେସନ୍ ଏଣ୍ଡ ଇଲେକ୍ଟ୍ରିକାଲ ୱ।ର୍କ୍ସ ଆଦି ପ୍ରତିଷ୍ଠାନ ସମେତ ବିଭିନ୍ନ ଯାନବାହାନ ଗ୍ୟାରେଜ ଏବଂ କଳକାରଖାନା ଗୁଡିକରେ ମଧ୍ୟ ବିଶ୍ଵକର୍ମାଙ୍କ ପୂଜା ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।

Related posts

ବିଭିନ୍ନ ପ୍ରକାର ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ ଅବିନାଶ 

masiha

କେଉଁଟ ସମାଜର ଆଞ୍ଚଳିକ କମିଟି ଗଠିତ

masiha

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

masiha

Leave a Comment

error: Content is protected !!