ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ପରିସରରେ ବୟସ୍କ ଓ ଦିଵ୍ଯାଙ୍ଗଙ୍କ ପାଇଁ ବ୍ଳକ ପ୍ରଶାସନ ଏବଂ ଆଲମିକୋ ତରଫରୁ ସହାୟକ ଉପକରଣ ଵଣ୍ଟନ ଶିବିର

ରାଇରଙ୍ଗପୁର ବ୍ଳକ ପରିସରରେ ବୟସ୍କ ଓ ଦିଵ୍ଯାଙ୍ଗଙ୍କ ପାଇଁ ବ୍ଳକ ପ୍ରଶାସନ ଏବଂ ଆଲମିକୋ ତରଫରୁ ସହାୟକ ଉପକରଣ ଵଣ୍ଟନ ଶିବିର

ରାଇରଙ୍ଗପୁର – ୧୭/୦୯ ଆଜି ପବିତ୍ର ବିଶ୍ଵକର୍ମା ପୂଜା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ।ଏହି ଅବସରରେ ବ୍ଳକ ପ୍ରଶାସନ ଏବଂ ଆଲମିକୋ( କୁତ୍ରିମ ଅଙ୍ଗ ନିର୍ମାଣ କର୍ପୋରେସନ ଅଫ୍ ଇଣ୍ଡିଆ ) ମିଳିତ ପ୍ରୟାସରେ ବୟସ୍କ ଓ‌ ଦିଵ୍ଯାଙ୍ଗଙ୍କ ପାଇଁ ସହାୟକ ଉପକରଣ ବଣ୍ଟନ ଶିବିର ରାଇରଙ୍ଗପୁର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ବିଧାୟକ ଜଲେନ ନାୟକ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ରମ, ଵିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରୀ ମୁର୍ମୁ, ଆଲମିକୋ ମେନେଜର ସ୍ମୃତି ମଲ୍ଲିକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କନିଷ୍ଠ ଯନ୍ତ୍ରୀ ଇଂ ପ୍ରଶାନ୍ତ ଦାସ ମଂଚ ପରିଚାଳନା କରିଥିଲେ । ଅତିଥିଗଣ ମାନବ ସେବା ହିଁ ମାଧବ ସେବା କହିଥିଲେ।ବୟସ୍କ ଓ‌ ଦିଵ୍ଯାଙ୍ଗ ମାନେ ସମାଜରେ ଅଲୋଡା ଓ ବୋଝ ନୁହନ୍ତି ।ବୟସ୍କମାନଙ୍କ ଅଭିଜ୍ଞତା, ପ୍ରେରଣା, ତ୍ୟାଗ, ଅନୁଭୁତି ସମସ୍ତଙ୍କ ପାଇଁ ଆବଶ୍ୟକ ।ଭଗବାନ ସମସ୍ତଙ୍କ ଦେହରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଦେଇଛନ୍ତି ।ସେମାନଙ୍କୁ ସମାଜର ପ୍ରଗତି ରଥରେ ସାମିଲ କରାଇବା ପାଇଁ ସମସ୍ତଙ୍କର ଆବଶ୍ୟକତା ରହିଛି ।ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାକୁ ପଡ଼ିବ ।ସରକାର ସେମାନଙ୍କ ପାଇଁ ଭତ୍ତା, ଆବାସ ଘର, ବ୍ୟାଙ୍କ ଲୋନ, ଶିକ୍ଷା,ଦକ୍ଷତା ତାଲିମ, ଚଳନ, ଶ୍ରବଣ ପାଇଁ ସହାୟକ ଉପକରଣ ସବୁକିଛି ନିଃଶୁଳ୍କ ଦେଉଛନ୍ତି ।ଆଜିର ଶିବିରରେ ରାଇରଙ୍ଗପୁର ବ୍ଳକ ଏବଂ ପୌରପାଳିକାରୁ ଚିହ୍ନଟ ହୋଇଥିବା ୨୩୨ ମଧ୍ଯରୁ ୮୯ ଜଣ ଦିଵ୍ଯାଙ୍ଗ ଏବଂ ୧୪୩ ଜଣ ବୟସ୍କ ମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୨୬ ପ୍ରକାରର ଵିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା ଯାହାର ଆନୁମାନିକ ମୁଲ୍ଯ‌ ୨୨ ଲକ୍ଷ ଟଙ୍କା କ।ଉପକରଣ ହେଲା ୩ ଟି ବେଟେରୀ ଚାଳିତ ମୋଟରାଇଜଇଡ ଟ୍ରାଇସାଇକେଲ , ୨୯ ଟି ବଡ଼ ଓ ୧ ଟି ଛୋଟ ଟ୍ରାଇ ସାଇକେଲ, ହୁଇଲ ଚେୟାର, ସ୍ମାର୍ଟ ଫୋନ, ରୋଲେଟର, ଶ୍ରବଣ ଯନ୍ତ୍ର, ସ୍ପାଇନାଲ ସପୋର୍ଟ, ବ୍ରେଲି କେନ ବଣ୍ଟନ କରାଯାଇଥିଲା ଆଲମିକୋ କର୍ମଚାରୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ  ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କହିଲେ – “OSWAS ସୁଶାସନର ଏକ ଶକ୍ତିଶାଳୀ ମାଧ୍ୟମ”

Sunil Chandra Nayak

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କ ରଣ ହୁଙ୍କାର ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ : ରାଜ୍ୟ ମହାସଂଘ

Sunil Chandra Nayak

Leave a Comment

error: Content is protected !!