ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଗୁଣ୍ଠାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ

ବେଲଗୁଣ୍ଠାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ

ବେଲଗୁଣ୍ଠା,08/07, ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପିଙ୍କି ପାତ୍ର ଏବଂ ଯୁବ ରେଡକ୍ରସ୍ ଡ. ପ୍ରଫୁଲ୍ଲ କୁମାର ଜେନାଙ୍କ ମିଳିତ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଅଶୋକ କୁମାର ସ୍ବାଇଁ,ସନ୍ତୋଷ କୁମାର ପାଣିଗ୍ରାହୀ,ସପନ କୁମାର ପ୍ରଧାନ,ଅଜୟ କୁମାର ବିଶ୍ବାଳ ଏବଂ କ୍ରୀଡା ଶିକ୍ଷକ ବିଶ୍ଵ ରଞ୍ଜନ ସ୍ବାଇଁଙ୍କ ସମେତ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେହିପରି ଗୋବରା ନିକଟସ୍ଥ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତାରାପ୍ରଦ ଆଚାରୀ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଇକୋକ୍ଲବ୍ ଶିକ୍ଷୟିତ୍ରୀ ଇତିଶ୍ରୀ ରଣା,ଶିକ୍ଷକ ରବି ନାରାୟଣ ଗୌଡ଼,ଅରୁଣ କୁମାର ବେହେରା,ଲିଲି ନାୟକ, ଅଶୋକ ଶତପଥୀ,ସୂପ୍ତି ମିଶ୍ର,ଚତୁର୍ଥ ଶ୍ରେଣୀ କର୍ମଚାରୀ ଜିତେନ କୁମାର ଦାସ,ଶିଶିର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଚାରା ରୋପଣ ଏବଂ ଛାତ୍ରୀଙ୍କୁ ଚାରା ବଣ୍ଟନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ପୌରୋହିତ୍ୟରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ବାନପାଳ ଦିଲ୍ଲୀପ କୁମାର ଦାସ ଯୋଗଦେଇଥିଲେ। ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ର ମିଳିତ ଉଦ୍ୟମରେ ପରିଚାଳିତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Related posts

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

Sunil Chandra Nayak

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରୀୟ ଟେବୁଲ ଟପ୍ କାର୍ମଶାଳା ଅନୁଷ୍ଠିତ  

masiha

Leave a Comment

error: Content is protected !!