ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଗ୍ରୀନ ରେ ବିଲ୍ଡିଂ ରେ ଭୟାବହ ଅଗ୍ନି କାଣ୍ଡ 

ବସ୍ତା,୧୦/୦୫ :ଶୁକ୍ରବାର ସକାଳ ସମୟରେ ଦୀର୍ଘ ବର୍ଷ ଧରି ସିଜ୍ ହୋଇପଡିଥିବା ଗ୍ରୀନ ରେ ବିଲ୍ଡିଂ ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି , ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ ବଜାର ସ୍ଥିତ ଗ୍ରୀନରେ ମୁଖ୍ୟ କାର୍ଯ୍ୟାଳୟ ରେ କେହି ଦୁବୃର୍ତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି, ଚିଟଫଣ୍ଡ ଦୁର୍ନୀତି ରେ ଏହି ଅଫିସ କୁ ପୂର୍ବରୁ ସିଜ୍ କରାଯାଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି , ସୂଚନା ଅନୁଯାୟୀ 2004 ମସିହାରେ ଜଳେଶ୍ଵର ରୁ ଜନ୍ମଲାଭ କରିଥିବା ଗ୍ରୀନ ରେ ଇଣ୍ଟରନ୍ୟାସନାଲ କମ୍ପାନୀ ରେ ମୀର ସହିରୁଦ୍ଦିନ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଆୟୁବ ସାହା,ଖାଲିକ ସାହା ଓ ମୀର ତହିରୁଦ୍ଦିନ ଏହି 3 ଜଣ ନିର୍ଦ୍ଦେଶକ ଥିଲେ।ତେବେ ଜମାକାରୀ ମାନଙ୍କୁ ଅଧିକ ଲାଭର ଲୋଭ ଦେଖାଇ ଗ୍ରୀନରେ କମ୍ପାନୀ ସମଗ୍ର ଦେଶର 15 ଟି ରାଜ୍ୟରୁ 2012 ମସିହା ବେଳକୁ ପାଖାପାଖି ଦୁଇ ହଜାର କୋଟି ଟଙ୍କା ଠକି ନେଇଥିଲା,ସେଥିରୁ କେବଳ ଓଡ଼ିଶାରେ ଦେଢଲକ୍ଷ ଜମାକାରୀ ଥିବା ବେଳେ ସେମାନଙ୍କ ଜମାରାଶି ପାଞ୍ଚ ଶହ କୋଟି ଟଙ୍କା ଥିଲା ବୋଲି କୁହାଯାଇଛି, ତେବେ 2013 ମସିହାରେ ଓଡ଼ିଶା ପୁଲିସ ଜଳେଶ୍ଵର ସ୍ଥିତ କର୍ପୋରେଟ ଅଫିସ ସହ ରାଜ୍ୟର 13 ଟି ସ୍ଥାନରେ ଥିବା ବ୍ରାଞ୍ଚ ଅଫିସକୁ ସିଲ୍ କରିଥିଲା, ପରବର୍ତ୍ତୀ ସମୟରେ ଏହି ମାମଲା କ୍ରାଇମବ୍ରାଞ୍ଚ ର ଅର୍ଥନୈତିକ ଶାଖା ହାତକୁ ଯାଇଥିଲା,ଏହାର କିଛି ମାସ ପରେ 2014 ମସିହା ମେ ମାସରେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶରେ ଗ୍ରୀନ ରେ ସମେତ 41 ଟି ଚିଟଫଣ୍ଡ ସଂସ୍ଥା ର କଳା କାରନାମା ସମ୍ପର୍କରେ ତଦନ୍ତ ଭାର ସିବିଆଇ ହାତକୁ ଗଲା, 2017 ମସିହା ଫେବୃଆରୀ ମାସରେ ସହିରୁଦ୍ଦିନ ବାଂଲାଦେଶ ଦେଇ ଭାରତକୁ ଆସୁଥିବା ବେଳେ କୋଲକାତା ରେ ସିବିଆଇ ହାତରେ ଧରା ପଡ଼ିଥିଲା।ଗିରଫ ପରେ ସହିରୁଦ୍ଦିନକୁ ଭୁବନେଶ୍ୱର ଅଣାଯାଇ ଜେରା କରାଯିବା ସହ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା, ସହିରୁଦ୍ଦିନ ଗାଧୁଆଘର କୁ ଯାଉଥିବା ବେଳେ ଗୋଡ଼ ଖସି ପଡିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଛି,ତେବେ ଦୀର୍ଘ ୮ ବର୍ଷ ଧରି ସିବିଆଇ ହାତରେ ଗ୍ରୀନ ରେ ମାମଲା ର ତଦନ୍ତ ଭାର ଥିବା ବେଳେ ଜମାକାରୀ ମାନେ ଫଟା ଅଧିଲି ଟିଏ ମଧ୍ୟ ପାଇନାହାନ୍ତି।

===============================

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାରାୟଣପୁର ଠାରେ ଶୁଭାରମ୍ଭ 

ବସ୍ତା,୧୦/୦୫ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଦାଧର ଗିରି ସ୍ମୃତି ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ସକାଳ ସମୟରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନାରାୟଣପୁର ଠାରେ ଓଡ଼ିଆ ପରମ୍ପରାର, ସଂସ୍କୃତି ଏବଂ ଅସ୍ମିତାର ପ୍ରତିକ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ପରିଷଦର ଆବାହକ ବିକାଶ ଗିରି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ଯକ୍ରମ ରେ ପରିଷଦର ଅଧ୍ୟକ୍ଷ ଧୀରେନ୍ଦ୍ର ନାଥ ହାଜିରା ଙ୍କ ସମେତ ବହୂ ବିଶିଷ୍ଟ ବ୍ଯକ୍ତି ଏବଂ ଅଞ୍ଚଳ ର ଚାଷୀ ମାନେ ଯୋଗଦେଇ ଥିଲେ, ଆଜିର ଦିନ ଟି ଅତ୍ଯନ୍ତ ଶୁଭ ଦିନ ହୋଇଥିବା ରୁ ଅକ୍ଷିମୁଠି ଅନୂକୁଳ କରି କୃଷିକାର୍ଯ୍ଯ ର ଶୁଭାରମ୍ଭ କରା ଯାଇ ଥିଲା।

==============================

ଭାରତୀୟ ଜନତା ପାର୍ଟି ଅଫିସ ରେ ମିଶ୍ରଣ ପର୍ବ ଅନୁଷ୍ଠିତ 

ବସ୍ତା,୧୦/୦୫: ପାଣିପାଗ ବଦଳିବା ସହିତ ରାଜନୀତି ର ପାଣିପାଗ ବଦଳ ହେଉଛି l ଶୁକ୍ରବାର ରାତି ସମୟରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ଦରଡ଼ା ଅଫିସ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଦରଡ଼ା ମଣ୍ଡଳ ସଭାପତି ବସନ୍ତ ବାରିକ ଙ୍କ ସଭାପତିତ୍ୱ ରେ ବସ୍ତା ବିଧାୟକ ପ୍ରାଥୀ ରବୀନ୍ଦ୍ର ନାଥ ଅଣ୍ଡିଆ,ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଦୀପ ପଣ୍ଡା, ପ୍ରଭାରୀ ପର୍ଶୁରାମ ପରିଡା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ,ବସ୍ତା ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି, ସରପଞ୍ଚ ରାଧାକୃଷ୍ଣ ବେହେରା,ହରଗୋପାଳ ସିଂ, ରାଧାଶ୍ୟାମ ମହାପାତ୍ର,ସୂର୍ଯ୍ୟନାରାୟଣ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଙ୍କ ଉପସ୍ଥିତି ରେ ବିଜେଡି ଓ କଂଗ୍ରେସ ଦଳକୁ ଛାଡି ଦରଡ଼ା ଶକ୍ତିକେନ୍ଦ୍ର ପ୍ରମୁଖ କୃଷ୍ଣଚନ୍ଦ୍ର ଦତ୍ତ ଙ୍କ ପ୍ରଚେଷ୍ଟା ରେ ୧୫୦ ରୁ ଅଧିକ କର୍ମୀ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟି ର ଟୋପି ଓ ଉତ୍ତରୀ ପିନ୍ଧି ବିଜେପି ରେ ମିଶିଥିଲେ l ପ୍ରଧାନମନ୍ତ୍ରୀ ଙ୍କ ଜନହିତକର କାର୍ଯ୍ୟ, ଗରିବ ମାନଙ୍କୁ ମାଗଣା ଚାଉଳ,ମହିଳା ମାନଙ୍କୁ ମାଗଣା ଉଜ୍ୱଳା ଗ୍ୟାସ, ସ୍ୱଛତା ଆଣିବାକୁ ପ୍ରତେକ ଘରକୁ ପାଇଖାନା ଏମିତି ବହୁ ଯୋଜନା ର ଲାଭ ପାଉଥିବାରୁ ଅବସର ପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ନାଥ ସେଠି,ପ୍ରଶାନ୍ତ ସେଠି, କାର୍ତିକ ହେମରମ,ମଧୁସୂଦନ ମାଝୀ, ଠୂଲୁ ମୂର୍ମୁ,ଜଗଦୀଶ ମଣ୍ଡଳ,ଜିତେନ୍ଦ୍ର ନାୟକ, ବାବୁ ମୂର୍ମୁ,ଶଶୀ ନାୟକ, ମନୋରଞ୍ଜନ ଦାସ, ରାକେଶ ଦାସ,ରାମଚନ୍ଦ୍ର ମହାନ୍ତି,ବରେନ୍ଦ୍ର ଜେନା,ମମତାଜ ଅଲି , ଜଗନ୍ନାଥ ଜେନା,ପୂର୍ଣ୍ଣଚନ୍ଦ୍ର ଜେନା, ଅଭିଳାଷ ସେଠି ପ୍ରମୁଖ ବିଜେପି ଯୋଗ ଦେଇଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

Sunil Chandra Nayak

କୌଶିକ ବାବା +୩ ମହାବିଦ୍ୟାଳୟରେ ବନମହୋତ୍ସବ

Sunil Chandra Nayak

Leave a Comment

error: Content is protected !!