ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

ଡାବୁଗାଁ,୨୩/୬ (ମ.ନି.ସ.)- ଏମଜିଏନଆରଇଜିଏସ ଯୋଜନାରେ କେଉଁଠି ମେସିନ କାମ କରୁଛି ତ ଆଉ କେଉଁଠି ଗୋଟିଏ ସ୍ଥାନ ପରିବର୍ତ୍ତେ ଅନ୍ୟ ଏକ ସ୍ଥାନରେ ପ୍ରକଳ୍ପ ଗୁଡିକ କାମ କରି ସାରି ଦେଉଛନ୍ତି । ଫଲ୍ମ ବିଲ ହେଉଥିବା ମଧ୍ୟ ଗୁରୁତର ଅଭିଯୋଗ ହୋଇ ଆସୁଛି । ଅଧିକାରୀ, ବୈଷୟିକ କର୍ମଚାରୀ ଓ ଠିକାଦାର ମଧ୍ୟରେ ଭିତିରିଆ ସମ୍ପର୍କରେ ବିଲ ହୋଇ ଯାଉଛି । ଅଭିଯୋଗ କଲେ କାହାକୁ ଧମକ ମିଳେତ ଆଉ କାହାକୁ କିଛି ଉପାୟ କରି କଲମ ମୁନକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ସରକାରଙ୍କ ମୂଳ ଉଦ୍ଦେଶ୍ୟ ମଉଳି ଯାଉଛି । ପ୍ରକୃତରେ ଶ୍ରମିକ କମଧନ୍ଦା ନପାଇ ବେରୋଜଗାର ହୋଇ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ଭଣ୍ଡିମାଳ ଗାଁରେ ଜାନୀ ସାହିଠାରେ ଷ୍ଟ୍ରେଞ୍ଚ ନିର୍ମାଣ ପ୍ରକଳ୍ପ କୋର୍ଡ ନମ୍ବର ୧୦୫୫୮୯୯୪ରେ ହୋଥିବା ସୂଚନା ଫଳକରେ ରହିଛି । ତେବେ ପ୍ରକଳ୍ପର ଫଳକ ଗୋଟିଏ ସ୍ଥାନରେ ଓ କାର୍ଯ୍ୟହୋଇଛି ଭଣ୍ଡିମାଳ ଛକରୁ ହଳଦି ଗାଁକୁ ଯିବା ରାସ୍ତା କଡରେ ଷ୍ଟ୍ରେଞ୍ଚ ନିର୍ମାଣ କାର୍ଯ୍ୟ ହୋଇଛି । ଏଥିରେ କାର୍ଯ୍ୟ ଓ କାର୍ଯ୍ୟଦେଶ ନେଇ ଚଞ୍ଚକତା କରାଯାଇଛି । ଅନ୍ୟପକ୍ଷେ ରହିଥିବା ଫଳକରେ କାର୍ଯ୍ୟାରମ୍ଭ ଓ ଶେଷ ତାରିଖ ନାହିଁ । ଅଣ କୂଶଳି ଶ୍ରମିକଙ୍କ ଅଂଶ ଓ ଶ୍ରମ ଦିବସ ମଧ୍ୟ ଉଲ୍ଲେଖ ହାଇନାହିଁ । ୨୦୨୨-୨୩ ବର୍ଷରେ ଏହି କାମ ଅଟକଳ ମୂଲ୍ୟ ୮ ଲକ୍ଷ ଟଙ୍କା ଉଲ୍ଲେଖ ରହିଛି । ଏନେଇ ବିଡିଓ ଶରତ ମାଝୀଙ୍କୁ ପଚାରିବାରୁ କଣ ହୋଇଛି ମୁଁ ଜାଣି ନାହିଁ ଅଲଗା କାମରେ ରହିଛି ଗଲେ ମୁଁ ଦେଖିବି ବୋଲି କହିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୧୨୩ ଟି ଅଭିଯୋଗର ହେଲା ଶୁଣାଣୀ

Sunil Chandra Nayak

Leave a Comment

error: Content is protected !!