ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ଦୁଇ ଦିବସୀୟ ଗୁଣ୍ଡିଚା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅଦ୍ଭୂତପୁର୍ଣ ସମାଗମ;ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ମତ୍ସ୍ୟ ବେଶ ଧାରଣ

ମୟୂରଭଞ୍ଜ – ( ମସିହା)ଉତ୍ତର ଓଡ଼ିଶାର ସିମାନ୍ତ ରାଇରଙ୍ଗପୁର ପ୍ରସିଦ୍ଧ ୩୪ ତମ ଦୁଇ ଦୀବସୀୟ ଗୁଣ୍ଡିଚା ଯାତ୍ରା ମହା ସମାରୋହରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ପୂର୍ବାହ୍ନରେ ଠାକୁରଙ୍କ ରୀତି ନୀତି ପୂଜା ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ସହଯୋଗୀ ଙ୍କ ଦ୍ଵାରା ସଂପନ୍ନ ପରେ ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ପୂର୍ବାହ୍ନରେ ରଥାରୁଢ଼ ହୋଇଥିଲେ ।ଅପରାହ୍ନରେ ରଥକମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଜରା ପହଁରା ପରେ ଡାହୁକ କୃଷ୍ନବିହାରୀଙ୍କ ପ୍ରତ୍ୟକ୍ଷ ନିର୍ଦେଶନାରେ ଅପରାହ୍ନ ୬ ଟା ପାଖାପାଖି ସମୟରେ ପରଂପରା ଅନୁସାରେ ପୁରୁଷଙ୍କ ଦ୍ବାରା ରଥ ଟଣା ହୋଇ ନିଶାମଣି ଲଜ୍ ପହଞିବା ପୂର୍ବରୁ ରାତି ହୋଇଯାଇଥିବା ଦୃଷ୍ଟିରୁ ଅଟକି ଯାଇଥିଲା ।ଦିତୀୟ ଦିନ ଅପରାହ୍ନରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମହିଳା ମାନଙ୍କ ଦ୍ଵାରା ନିଶାମଣି ଫେରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୋଇଥିଲା ।ହଜାର ହଜାର ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ରଥ ଟାଣିଥିଲେ ।ପରେ ପହଣ୍ଡିରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପକୁ ନିଆ ଯାଇଥିଲା ।ପ୍ର ଦିନ ମହାପ୍ରଭୁ ମତ୍ସ୍ୟ ଓ କଛପ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ।ମାଉସୀମା ମନ୍ଦିରରେ ପ୍ରଥମ ପାଲା ପରିବେଷଣ କରାଯାଇଥିବାବେଳେ ଦିତୀୟ ଦିନରେ ଗୁରୁ ମେଘନାଦ ଙ୍କ ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ଆନୁକୁଲ୍ୟରେ ଭଜନ ସଂଧ୍ୟା ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦେବୋତ୍ତର କମିଟି ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ଉପଖଣ୍ଡ ପୋଲିସ ପ୍ରଶାସକ ଗୋକୁଳାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବହୁ ସଂଖ୍ୟକ ପ୍ରଶାସନିକ ଅଧିକାରୀ ଯାତ୍ରା କମିଟି ସଦସ୍ୟ ବୃନ୍ଦ,ସ୍ବେଛାସେବୀ କଲେଜର ଏନସିସି ଛାତ୍ର ଛାତ୍ରୀ ,ଟାଉନ ଥାନା ଆଇଆଇସି ସ୍ଵର୍ଣଲତା ମିଂଜଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ରଥଯାତ୍ରା ଶୃଙ୍ଖଳିତ ବ୍ୟବସ୍ଥା କରିଥିଲେ । ରାଇରଙ୍ଗପୁର ଆଖପାଖ ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗରୁ ଵହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସିଥିଲେ ।ରଥ କମିଟି ତରଫରୁ ରାଇରଙ୍ଗପୁର ବ୍ଳକ ପଡ଼ିଆରେ ରୟାଲ ସର୍କସ, ଏବଂ ମୀନା ବଜାର ଆୟୋଜନ କରା ଯାଇଥିଲା । ଯେଉଁଠାକୁ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ରଥ ଦେଖା,କଦଳୀ କିଣା,ଦୋଳି ଖେଳା ଏବଂ ମନ ପସନ୍ଦର ଖେଳନା ଠାରୁ ଘରର ଆବଶ୍ୟକୀୟ ଆସବାବ ପତ୍ର କିଣି ମନ ଖୁସିରେ ଘରକୁ ଫେରିଥିଲେ ।ବର୍ଷା ହୋଇ ନଥିବାରୁ ଦୋକାନରେ କ୍ରେତା ଙ୍କ ଗହଳି ଲାଗିଥିବା ବେଳେ ଗରମରେ ଶ୍ରଦ୍ଧାଳୁ ଛଟପଟ ହେଉଥିବ ଲକ୍ଷ୍ୟ କରାଯାଉଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ…

Sunil Chandra Nayak

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

Sunil Chandra Nayak

ସଂପୂର୍ଣ୍ଣ ହେଲା ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ପ୍ରସିଦ୍ଧ ଝାମୁଯାତ୍ରା 

Sunil Chandra Nayak

Leave a Comment

error: Content is protected !!