ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

ପଦ୍ମଶ୍ରୀ ପୂଜ୍ୟପୂଜକ ବାବା ବଳିଆଙ୍କ ଶିଷ୍ୟ ସେବକ ଗୋପାଳ ଦାସଙ୍କ ଯୋଗଦାନ

ରାୟଗଡା/୩/୩/୨୩: ଅନନ୍ତ ବଳିଆ ସେବା ସଂଘ ରାୟଗଡା ଶାଖା ଦ୍ୱାରା ରାୟଗଡା ସହରସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ୩ଦିନ ଧରି ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏଥିରେ ପଦ୍ମଶ୍ରୀ ପୂଜ୍ୟପୂଜକ ବାବା ବଳିଆଙ୍କ ଶିଷ୍ୟ ସେବକ ଗୋପାଳ ଦାସ ଓ ତାଙ୍କ ସାଥୀମାନେ “ଭାଗବତ ଓ ଜୀବନ” ଦର୍ଶନ ବିଷୟ ଉପରେ ପ୍ରବଚନ ପ୍ରଦାନ କରୁଛନ୍ତି । ଚଳିତ ମାସ ମାର୍ଚ୍ଚ ୨ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ତିନି ଧରି ଏହି ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସଂଧ୍ୟାରେ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀ ଦାସଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସତସଙ୍ଗ କାର୍ଯ୍ୟକ୍ରମରେ ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଯିବା ପରେ ଓଡିଶାରେ ପାରମ୍ପରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାବେ ପାଠ ପାଇଁ ରହିଥିଲା । ସେଠାରେ ସଂଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡିଆ ଘର ମାନଙ୍କରେ ବୋଲାଯିବା ଆରମ୍ଭ ହୋଇଥିଲା । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢାଯାଇଥାଏ । ଭାଗବତ ପ୍ରତି ଓଡିଆ,ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡିଶାଳରେ ଏବଂ ମୁମର୍ଷର ଶେଯ ପାଖରେ ପଢାଯାଏ । ଆଗରୁ ବସନ୍ତ,ମହାମାରୀ,ହଇଜା ଓ ଗ୍ରାମର ଅନିଷ୍ଠ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶିଟି ଅଧ୍ୟାୟରେ ବିଭକ୍ତ ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ୍ ଏକ ବର୍ଷ ବା ୩୬୫ଦିନରେ ସମାପ୍ତ ହେବ ବୋଲି ସତସଙ୍ଗରେ ଶିଷ୍ୟ ସେବକ ଶ୍ରୀ ଦାସ ପ୍ରକାଶ କରିଥିଲେ । ରାୟଗଡା ଶାଖା ଅନନ୍ତ ବଳିଆ ସେବା ସଂଘର ସଂଯୋଜକ ଶିବ ନାରାୟଣ ଗଉଡ,ଅରୁଣ କୁମାର ଲେଙ୍କା,ସୂର୍ଯ୍ୟକାନ୍ତ ଷଡଙ୍ଗୀଙ୍କ ସମେତ ଅନ୍ୟ ସଦସ୍ୟସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଧର୍ମାନନ୍ଦ ବେହେରା,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ରାୟଗଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ଗନ୍ତାୟତ,କଲ୍ୟାଣସିଂହପୁର ବିଡିଓ ସୁନୀଲ ଖରାଙ୍କ ସମେତ ୩୦୦ରୁ ଉର୍ଦ୍ଧ ଧର୍ମ ପରାୟଣ ମହୟସୀ ମହିଳା,ପୁରୁଷ ଓ ଯୁବକଯୁବତୀମାନେ ସତସଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକର ପୁରପଲ୍ଲୀରେ ଚୈତ୍ର ଯାତ୍ରା ଅନୁଷ୍ଠିତ, ଘଟ ରୁପରେ ଦର୍ଶନ ଦେଲେ ମା

Sunil Chandra Nayak

ଫରଙ୍ଗରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଚାରି ମନ୍ଦିରର ପ୍ରତିଷ୍ଠା ଉତ୍ସବ

masiha

Leave a Comment

error: Content is protected !!