ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ୟାମବାବାଙ୍କ ଫାଲଗୁନ ମେଲା ଓ ନିଶାନ ପଦ ଯାତ୍ରା

ନର୍ଲା :-(ମନିସ) ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ରୁ ପଲସାପଡା ପର୍ଯ୍ୟନ୍ତ ଶ୍ୟାମବାବାଙ୍କ ନିଶାନ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ରୁପ୍ରାରୋଡ ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର ) ଘର ଠାରୁ ବାବାଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସାପଡା ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା | ପ୍ରକାଶ ଯୋଗ୍ୟ ଯେ ଏହି ଶ୍ୟାମ ମନ୍ଦିର ୧୯୭୪ ମସିହାରୁ ସ୍ଥାପିତ ହୋଇଅଛି ଓଡିଶାରେ ଏହା ଦ୍ୱିତୀୟ ପୁରୁଣା ଶ୍ୟାମବାବାଙ୍କ ମନ୍ଦିର ସୂଚନା ମିଳିଛି | ଏହି ପଦ ଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ସହ ରୁପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ, ଟିଟିଲାଗଡ଼ ରୁ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ | ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟ ଗାନ କରି ମନ୍ଦିରକୁ ଅଣା ଯାଇଥିଲା | ରୁପ୍ରାରୋଡ ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ, ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ ଏବଂ ଶ୍ୟାମ ପରିବାରର ଭକ୍ତ ମାନେ ସହଯୋଗ କରିଥିଲେ |

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

Sunil Chandra Nayak

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

ଓଲମା ଠାରେ ପାଳନ ହେଲା ଟୋକିମରା ପର୍ବ

Sunil Chandra Nayak

Leave a Comment

error: Content is protected !!