ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

ନୂଆପଡା ,ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଆବିର୍ଭାବ ଦିବସ ତଥା ଖଡ଼ିଆଳ ସତସଙ୍ଗ କେନ୍ଦ୍ର ସାନଦୋହେଲ ଠାରେ ପଞ୍ଚମ ବାର୍ଷିକ ଉତ୍ସବ ରବିବାର ଦିନ ପାଳନ କରାଯାଇଅଛି । ଏହି ଅବସରରେ ଖଡ଼ିଆଳ କୁସେଳସ୍ୱର୍ ମନ୍ଦିର ଠାରୁ ସମଲେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ ରଥ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଫଟୋ ଚିତ୍ର ରଖି ସତ ଧିକ ଠାକୁରଙ୍କ ଅନୁଗାମୀ ଦୀକ୍ଷା ପ୍ରାପ୍ତ ଗୁରୁ ଭାଇ ଓ ଗୁରୁ ମା ମନେ କୀର୍ତ୍ତନ କରି ଖଡ଼ିଆଳ ସହର ପରିକ୍ରମା କରିଥିଲେ । ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ନୂଆପଡ଼ା ସତସଙ୍ଗ ବିହାରର ଅଧକ୍ଷ ରିତକ ଦେବ, ବିଭୁଦତ୍ତ ଗୁରୁ ସଭାପତତ୍ବ କରିଥିଲ, ଗୁରୁଭାଇ ଅରୁଣ ପଣ୍ଡା ପ୍ରାରଭିକ ସୂଚନା ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଭାବରେ ଧର୍ମଗଡର ରିତିକ ଦେବ, ରଜନୀ କାନ୍ତ ପଣ୍ଡା ଯୋଗଦେଇ ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ ଓ ସେଲେଖି ଥିବ ବାଣୀ ଗୁଡ଼ିକ ଉପର ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଶେଷର ଖଡ଼ିଆଳ ସତସଙ୍ଗ କେନ୍ଦ୍ରର ଅଧକ୍ଷ ଅଧୂର୍ଯ୍ୟ ଦେବ, ରାଜକିଶୋର ନାୟକ ଅଭିଭାଷଣ ରଖିଥିଲେ । ଏହି ଉସବରେ ଖଡ଼ିଆଳ ସତସଙ୍ଗ କେନ୍ଦ୍ରର ସମସ୍ତ ଗୁରୁ ଭାଇ ଓ ଗୁରୁ ମା ସହଯୋଗ କରିଥିଲେ । ଏଥିରେ ଏକ ହଜାର ଭକ୍ତ ଯୋଗ ଦେଇ ଆନନ୍ଦ ବଜାରର ଆୟୋଜନ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଣପୁର ଝିଅ ଜାଇ: ଚିଲିକା ମଝିରେ ଏବେ ସେ ମା, କାଳୀଜାଈ !!!

Sunil Chandra Nayak

ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ଶ୍ରୀ ସୂର୍ଯ୍ୟଦେବଙ୍କ ଓ ମାତା ଦୁର୍ଗା ଙ୍କର ମନ୍ଦିର ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

Leave a Comment

error: Content is protected !!