ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚକାମଲେନ୍ ନକ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଜମୋଟେର କୁ ହରାଇ ଉଦ୍ଘଟିନ ମ୍ୟାଚ ଜିତିଲା ସର୍ଗିଗୁଡ଼ା ଦଳ ।

ଧର୍ମଗଡ:୧୨/୨/୨୩:  ଧର୍ମଗଡ ବ୍ଲକ ବଡ଼ଘୁମେର ଗ୍ରାମ ଠାରେ ମାଁ ଚକାମଲେନ ନକ ଆଉଟ କ୍ରିକେଟ ଟୁରନାମେଣ୍ଟ ର ତୃତୀୟ ସିଜନ ଆଜି ଉଦଘାଟିତ ହୋଈ ଯାଇଛି । ଉଦ୍ଘାଟନୀ ଦିବସ ର ପ୍ରଥମ ମ୍ୟାଚ ରାଜ ମୋଟେର ଓ ସର୍ଗିଗୁଡ଼ା ଦଳ ମଧ୍ୟ ରେ ହୋଇ ଥିଲା । ନିର୍ଧାରିତ ୧୦ ଓଭର ରେ ରାଜମୋଟେର ଟିମ ୯୨ ରନ ସଂଗ୍ରହ କରିଥିଲା । ଜବାବ ରେ ସର୍ଗିଗୁଡା ଟିମ ୯ ଓଭର ୩ ବଲ ରେ ୯୪ ରନ କରି ୮ ୱିକେଟ ରେ ମ୍ୟାଚ ଟୀ ଜିତିଥିଲା । ଉମେଶ ଚନ୍ଦ୍ର ଗୋପାଳ ଓ ସୁଶାନ୍ତ ଛାତ୍ରୀଆ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସୁଭେନ୍ଦୁ ଗୋପାଳ ଓ କମେଣ୍ଟେଟର ଭାବେ କାମାକ୍ଷା ଗୋପାଳ ଦାୟିତ୍ୱ ତୁଲାଇଥିଲେ ।

ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ନାଏବ ସୁବେଦାର ଗଜାନନ ପଟେଲ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ପୂଜକ ବେଣୁଧର ମାଝୀ , ସମାଜସେବୀ ଶ୍ରୀ ନେତ୍ର ସୁନାନୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ତଥା ଆୟୋଜକ କମିଟି କୁ ଉତ୍ସାହିତ କରିଥିଲେ ।

ଦ୍ଵିତୀୟ ମ୍ୟାଚ ଟି ଜୟନ୍ତପୁର ଓ ଚିଚିଆ ଦଳ ମଧ୍ୟରେ ହୋଇଥିଲା । ଜୟନ୍ତପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୧୦୦ ରନ କରିଥିଲା ବେଳେ ଚିଚିଆ ଟିମ ସମସ୍ତ ୱିକେଟ ହରାଇ ୯୬ ରନ କରିବାକୁ ସକ୍ଷମ ହୋଇଥିଲା । ଜୟନ୍ତପୁର ଉକ୍ତ ମ୍ୟାଚ କୁ ୪ ରନ ରେ ବିଜୟ ଲାଭ କରିଥିଲା। ଡଲଡଲ ପଟେଲ ଓ ନିହାର ଦାସ ଖେଳ ପରିଚଳନା କରିଥିବା ବେଳେ ଯୁଗେଶ୍ୱର ଚୌଧୁରୀ ଓ ଗୁପ୍ତେଶ୍ଵର ସୁନାନୀ ଭାସ୍ୟକାର ଦାୟିତ୍ୱ ନିଭାଇଥିଲେ । ବଡ଼ଘୁମେର କ୍ରିକେଟ ଏସୋସିଏସନ ର ଶ୍ରୀ ଲମ୍ବୋଦର ଗୋପାଳ, କୈବଲ୍ୟ ଗୋପାଳ, ସୌରଭ ଗୋପାଳ,ରାଜେଶ ରୋଷନ ଗୋପାଳ, ଉମେଶ ଚନ୍ଦ୍ର ଗୋପାଳ, ପବିତ୍ର ଗୋପାଳ ,କାମାକ୍ଷ ଗୋପାଳ, ମାଧବ ଗୋପାଳ, ସୁଧୀର ରଞ୍ଜନ ଗୋପାଳ,ରସିକ ଗୋପାଳ, ଜିତେନ୍ଦ୍ର ଗୋପାଳ, ସୁବେନ୍ଧୁ ଗୋପାଳ, ଲୀପନ ପଟେଲ, ତଥା ବଡ଼ଘୁମେର କ୍ରିକେଟ ଏସୋସିଏସନ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି କ୍ରୀଡ଼ା ଆୟୋଜନ ରେ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍

Related posts

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ବ

masiha

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!