ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡିକେଡ଼ିଏନୟୁ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

ଚନ୍ଦାହାଣ୍ଡି-୨/୧(ମ ନି ସ ), ପଡୋଶୀ ଛତିଶଗଡ ଗରିଆବନ୍ଧ ଜିଲା ଦେଓଭୋଗ ବ୍ଲକ ଅନ୍ତର୍ଗତ ଦହିଗାଁ,କଷୁମକାନି,ଦବନେଇ,ନୂଆଗୁଡା ଓ ଉପରପିଠା ଏହି ପାଞ୍ଚ ଗ୍ରାମ ମିଳିତଭାବେ ଜୟ ଭବାନୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ମା ଭଣ୍ଡାରୁଣୀ ଷ୍ଟାଡିୟମ ଠାରେ ଆୟୋଜିତ ଡ଼ିକେଡ଼ିଏନୟୁ ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତାରେ ରୋୟାଲ କ୍ରିକେଟ କ୍ଳବ(ଆରସିସି) ଚମ୍ପିୟାନ ହୋଉଛି | ଆଜି ଫାଇନାଲ ମ୍ୟାଚ ଆରସିସି ବନାମ କଣ୍ଟାବାଞ୍ଜି(ହେପି କ୍ଳବ) ମଧ୍ୟରେ ଖେଳାଯାଇଥିଲା | ଏଥିରେ କଣ୍ଟାବାଞ୍ଜି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ବ୍ୟାଟିଙ୍ଗ ବିପର୍ଯୟ ହୋଇ ୯. ୪ ଓଭରରେ ମାତ୍ର ୫o ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା | ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛାକରି ଆରସିସି ଦଳ ଗୌରଭ ଙ୍କ ବିସ୍ପୋରକ ୩୫ ରନ ସହାୟତାରେ ମାତ୍ର ୪. ୨ ଓଭରରେ ଲକ୍ଷ୍ୟ ପୂରଣ କରି ଚମ୍ପିୟାନ ହୋଇଥିଲା | ଏହି ପ୍ରତିଯୋଗିତାରେ ଛତିଶଗଡ ଓ ଓଡିଶାର ୧୬ଟି ଦଳ ଭାଗ ନେଇଥିଲେ | ଉଦଯାପନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ବିନ୍ଦ୍ରାନବାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ସିଂ ମାଝୀ ଯୋଗ ଦେଇ ଥିବା ବେଳେ ସାମ୍ନାନିତ ଅତିଥିଭାବେ ଦେଶବନ୍ଧୁ ନାୟକ,ଅମିତ ଅବସ୍ତି,ଧନମତି ୟାଦବ,ମହମ୍ମଦ ଆସଲାମ,ଗୋବିନ୍ଦ ରେଗେ,ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ପଞ୍ଚାୟତ ସରପଞ୍ଚ ଅଜିତ କୁମାର ପୋଟା, ସ୍ଥାନୀୟ ସରପଞ୍ଚ ଖଗେଶ୍ୱର ନାଗେଶ,କାର୍ତ୍ତିକ ୟାଦବ ପ୍ରମୁଖଙ୍କ ସହ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଯୋଗଦେଇଥିଲେ | ବିଜେତା ଦଳକୁ ୫୫,୫୫୫ ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୩୩, ୩୩୩ ଟଙ୍କା ସହ ଟ୍ରଫି ସେହିପରି ଫାଇନାଲ ମ୍ୟାଚରେ ସର୍ବଶେଷ୍ଠ ପ୍ରଦର୍ଶନ ପାଇଁ ଆରସିସି ଦଳର ଅଧିନାୟକ ରୁଦ୍ର ବାଗଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପ୍ରତିଯୋଗିତା ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ | ଫାଇନାଲ ମ୍ୟାଚରେ ବିପିନ ସୋନୱାନୀ ଓ କମଳ ନେତାମ ଅମ୍ପୟାର ଭାବେ ଶୈଳେଶ ନାୟକ, ବସନ୍ତ ନାଗେଶ ସ୍କୋରର ଭାବେ ତେଜରାଜ ଠାକୁର ଓ ଦୀପକ ସୋନୱାନୀ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ | ମାନସିଂ ମର୍କାମ, ଟିକେଶ୍ୱର ନାଗେଶ, କେଶବ ନାଗେଶ, ଫାଲେସ ନାୟକ ପ୍ରମୁଖ ସହଯୋଗ କରିଥବା ବେଳେ ଛତିଶଗଡ ଅଞ୍ଚଳ ବ୍ୟତିତ ଚନ୍ଦାହାଣ୍ଡି ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା |

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

masiha

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!