ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରିଷିଡ଼ା କଲେଜରେ କବାଡି ପ୍ରତିଯୋଗିତା

ରିଷିଡ଼ା କଲେଜରେ କବାଡି ପ୍ରତିଯୋଗିତା

କର୍ଲାମୁଣ୍ଡା, ୧୨/୧୧ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଜୁନିଅର କଲେଜ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ତରଫରୁ ତ୍ରୀ-ଦିବସୀୟ ଆଞ୍ଚଳିକ ସ୍ତରୀୟ କବାଡି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଉଯାଇଛି। ଉକ୍ତ ସଭାକୁ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରିଷିଡା ସରପଞ୍ଚ ଶ୍ରୀମତୀ ସେବତୀ ରଣା ଓ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶୁର୍ଲା, ସୁବୋଧ କୁମାର ଶତପଥୀ, ଧ୍ରୁବଚରଣ ସାହୁ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସଭାକୁ ଅଧ୍ୟାପକ ଗିରିରାଜ ଗହୀର ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଲଳିତ କୁମାର ଦାଶ, ଲଳିତ କୁମାର ସାହୁ, ପ୍ରଶାନ୍ତ ସାହୁ, ରାଜକିଶୋର ରଣା, ଦେବେନ୍ଦ୍ର ଭୋଇ, ଭେରୀକାନ୍ତ ପ୍ରଧାନ ପ୍ରତିଯୋଗୀ ମାନଙ୍କୁ ଖେଲାଇ ଥିଲେ ଓ ଅଧ୍ୟାପକ ନୀଳାମ୍ବର ପାତ୍ର, ଦୁଷ୍ମନ୍ତ ମିର୍ଧା, ଗୁଲସନ କୁମାର ନାଗ, ସୋମନାଥ ନାଗ, ଫାଲ୍ଗୁନି ସାହୁ, ପ୍ରିୟଙ୍କା ମହାକୁଡ଼, ଜୋସ୍ନାମୟୀ ସାହୁ, ଲକ୍ଷ୍ମୀ ବାଗ, ଦୀପ୍ତି ଭୋଇ, ଗ୍ରନ୍ଥପାଳ ଚିନ୍ମୟ ରଣା, ସୌମ୍ୟ ରଞ୍ଜନ ତ୍ରିପାଠୀ, ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗୀନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ।

Related posts

ରାୟଗଡା ରେ ଆୟୋଜିତ, ଭଅରୋ୍ତୋଳନ ଓ ବଡି ବିଲଡିଙ୍ଗ ରେ 5 ଗୋଲଡ଼ ନବରଙ୍ଗପୁର କୁ

Sunil Chandra Nayak

ଡିକେଡ଼ିଏନୟୁ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

Sunil Chandra Nayak

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!