ପାପଡାହାଣ୍ଡି,25/08, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ମିନି ଷ୍ଟାଡିୟମ ଠାରେ ଶହୀଦ ମେମୋରିଆଳ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଛି | ମୁଖ୍ୟ ଅତିଥିରୂପେ ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ପଣ୍ଡିକୋଟ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ହୋଇଥିଲେ | ଟୁର୍ନାମେଣ୍ଟ ରେ ମୋଟ 16 ଟି ଦଳ ଭାଗ ନେଇଛନ୍ତି | ପ୍ରଥମ ମ୍ୟାଚ ପଣ୍ଡିକୋଟ ସହ ପୋଡାଲଗୁଡା ସହ ହୋଇଥିଲା, ପଣ୍ଡିକୋଟ 4 ଗୋଲରେ ବିଜୟ ହୋଇଥିଲା | ଦ୍ୱତୀୟ ମ୍ୟାଚ କୁର୍ମାକୋଟ ଓ ପିଣ୍ଡାପଦର ମଧ୍ୟରେ ହୋଇଥିଲା | ଏହି ମ୍ୟଚ ରେ କୂର୍ମାକୋଟ 1 ଗୋଲ ରେ ବିଜୟୀ ହୋଇଥିଲା | ଏହି ଦୁଇ ମ୍ୟଚ କୁ ଶେଖ ଯାଉଲ ହୁସେନ,ଶେଖ ସମୀର ହୁସେନ,ରହିତ କୁମାର ପରିଚାଳନା କରିଥିଲେ | ଆସନ୍ତା ସେପ୍ଟେମ୍ବର 9 ତାରିଖ ରେ ଫାଇନାଲ ବିଜୟୀ ଦଳ କୁ 15 ହଜାର ଟଙ୍କା ଓ ଟ୍ରଫି ଓ ପରାଜୟ ଦଳ କୁ 10 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି | ଟୁର୍ନାମେଣ୍ଟ କମିଟି ସଦସ୍ୟ ଅରୁଣ ବିଷୋୟୀ, ଦୀପକ ଖରା,ନରସିଂହ ବାଗ,ମୋହନ ବାଗ, ରାଜକୁମାର ଖରା,ନରସିଂହ ନାୟକ, ପ୍ରଭୁଦାନ ବାଗ ପ୍ରମୁଖ ସହଯୋଗ କରିଥିଲେ |