ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ପାପଡାହାଣ୍ଡି,25/08, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ମିନି ଷ୍ଟାଡିୟମ ଠାରେ ଶହୀଦ ମେମୋରିଆଳ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଛି | ମୁଖ୍ୟ ଅତିଥିରୂପେ ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ପଣ୍ଡିକୋଟ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ହୋଇଥିଲେ | ଟୁର୍ନାମେଣ୍ଟ ରେ ମୋଟ 16 ଟି ଦଳ ଭାଗ ନେଇଛନ୍ତି | ପ୍ରଥମ ମ୍ୟାଚ ପଣ୍ଡିକୋଟ ସହ ପୋଡାଲଗୁଡା ସହ ହୋଇଥିଲା, ପଣ୍ଡିକୋଟ 4 ଗୋଲରେ ବିଜୟ ହୋଇଥିଲା | ଦ୍ୱତୀୟ ମ୍ୟାଚ କୁର୍ମାକୋଟ ଓ ପିଣ୍ଡାପଦର ମଧ୍ୟରେ ହୋଇଥିଲା | ଏହି ମ୍ୟଚ ରେ କୂର୍ମାକୋଟ 1 ଗୋଲ ରେ ବିଜୟୀ ହୋଇଥିଲା | ଏହି ଦୁଇ ମ୍ୟଚ କୁ ଶେଖ ଯାଉଲ ହୁସେନ,ଶେଖ ସମୀର ହୁସେନ,ରହିତ କୁମାର ପରିଚାଳନା କରିଥିଲେ | ଆସନ୍ତା ସେପ୍ଟେମ୍ବର 9 ତାରିଖ ରେ ଫାଇନାଲ ବିଜୟୀ ଦଳ କୁ 15 ହଜାର ଟଙ୍କା ଓ ଟ୍ରଫି ଓ ପରାଜୟ ଦଳ କୁ 10 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି | ଟୁର୍ନାମେଣ୍ଟ କମିଟି ସଦସ୍ୟ ଅରୁଣ ବିଷୋୟୀ, ଦୀପକ ଖରା,ନରସିଂହ ବାଗ,ମୋହନ ବାଗ, ରାଜକୁମାର ଖରା,ନରସିଂହ ନାୟକ, ପ୍ରଭୁଦାନ ବାଗ ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ 

masiha

ଗ୍ରାମ ବିକାଶ ଶିକ୍ଷା ନିକେତନ ଆବାସିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

ସ୍ୱୟଂ ଶାସିତ ଖଡ଼ିଆଳ ମହାବିଦ୍ୟାଳୟ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆୟୋଜିତ କ୍ରୀଡା ମହୋତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!