ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ମଧ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଜି କୋରାପୁଟ ଜିଲ୍ଲା ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାର (ଓସଡମା)ଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଛାତ୍ର କିମ୍ବା ଛାତ୍ରୀ ନିଜ ଘରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ବିଦ୍ୟାଳୟରୁ ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ଯେତେ ସବୁ ବିପର୍ଯୟ ଓ ବିପତିର ସମ୍‌ମୁଖୀନ ହେଉଛନ୍ତି ତାହାର ପ୍ରତିକାର ଓ ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ, ତାହା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଉପସ୍ଥିତ ଥ‌ିବା ସମସ୍ତ ଅଧୂରୀ ସହିତ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିଖୟତ୍ରୀଙ୍କୁ ବୁଝାଇଥିଲେ । ନିଜେ ସଚେତନ ରହି ଅନ୍ୟଙ୍କୁ ସଚେତନ କଲେ ହିଁ ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯୟରୁ ଆମେ ସୁରକ୍ଷିତ ରହିପାରିବା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜୀତ ତ୍ରିପାଠୀ ପରିଚାଳନା କରିଥିଲେ । ଜିଲ୍ଲା ପ୍ରକଳ୍ପ ଅଧ୍ବକାରୀ ଶ୍ରୀ ନୂତନ ଶଗରିଆ ଏବଂ ଜିଲ୍ଲା ଡିଆରଆର ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ppt ମାଧ୍ୟମରେ ପର୍ଯ୍ୟବେଖଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ ବ୍ଲକ ମାନଙ୍କର ଗୋଷ୍ଠୀ ଶିକ୍ଷା ଅଧ୍ବକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ମଙ୍ଗଳ ଅଧିକାରୀ ଏବଂ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ (ଓସଡମା) ତରଫରୁ କୋରାପୁଟ ଜିଲ୍ଲାରେ ନିଆଯାଇଥ‌ିବା ପାଞ୍ଚଗୋଟି ସରକାରୀ ସ୍କୁଲର ଶିକ୍ଷକ ଓ ଶିଖୟତ୍ରୀ ମାନେ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଡିଆରଆର ଅଧ୍ୟାକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି ଓ ସୁଶାସନ ସପ୍ତାହ ପାଳନ

masiha

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

Leave a Comment

error: Content is protected !!