ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗାଣ ସହାୟକ ସମୂହ ଛୁଟି ରେ ରହିବା ପାଇଁ ବିଡିଓ ଙ୍କୁ ଦାବିପତ୍ର

ଡାବୁଗାଁ, ୨୫/୮ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଯୋଗାଣ ସହାୟକ ମାନେ ବିଭିନ୍ନ ଦାବିନେଇ ୨୮ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ଏକ ଦାବିପତ୍ର ଏବିଡିଓ ପଦ୍ମନାଭ ତ୍ରିପାଠୀଙ୍କୁ ଶୁକ୍ରବାର ପ୍ରଦାନ କରିଛନ୍ତି | ୨୦୧୩ରୁ ଗ୍ରାମ ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନାତକ ଡିଗ୍ରୀଧାରୀଙ୍କୁ ଯୋଗାଣ ସହାୟକ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିଲେ ସୁଦ୍ଧା ଏଯାଏ ସେମାନଙ୍କୁ ସ୍ୱଳ୍ପ ବେତନ ମିଳୁଛି | ଏ ବାବଦରେ ସରକାରଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ସରକାର ଯୋଗାଣ ସହାୟକଙ୍କ ପାଇଁ କିଛି ପଦକ୍ଷେପ ନେଊଁ ନାହାଁନ୍ତି ବୋଲି ଯୋଗାଣ ସହାୟକ ମାନେ ପ୍ରକାଶ କରିଛନ୍ତି | ଯୋଗାଣ ସହାଯକଙ୍କ ଚାକିରିର ସ୍ଥାୟିତ୍ଵ ଓ ମାସିକ ଦରମା ୨୫ ହଜାରକୁ ବୃଦ୍ଧି ସହ ଲାଇସେନ୍ସ ଦେବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ, ନେମାନଙ୍କୁ ପଞ୍ଚାୟତିରାଜ ବିଭାଗରୁ ଯୋଗାଣ ବିଭାଗ ଅଧୀନ କୁ ଆଣିବା, ତାଙ୍କ ପଦବୀକୁ ଆସିଷ୍ଟାଣ୍ଡ ସପ୍ଲାଇ ଇନିଷ୍ପେକ୍ଟର ନାମରେ ନାମିତ କରିବା, ମାସିକ ଆବଣ୍ଟନରେ ୨ ପ୍ରତିଶତ ନିଅଣ୍ଟକୁ ଭରଣା କରିବା ଲାଗି ଦାବିପତ୍ରରେ ଉଲ୍ଲେଖ ରହିଛି | ଆସନ୍ତା ୨୮ ତାରିଖ ଦିନ ଠାରୁ ସମସ୍ତ ଯୋଗାଣ ସହାୟକ ମାନେ ସମୂହ ଛୁଟିରେ ରହି ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ଯୋଗାଣ ସହାୟକ ପ୍ରମୋଦ କୁମାର ମଲ୍ଲିକ, ଉପେନ୍ଦ୍ର ବିଶୋୟୀ, ଫକୀରମୋହନ ମାଝି, ଦେବାଶିଷ ଜେନା, ଦୀପକ କୁମାର ମୁଣ୍ଡ, ଖଗପତି ମେହେର, ପୁନୁ ଭତ୍ରା ଓ ଧନିରାମ ମାଳୀ ପ୍ରମୁଖ ଉପସ୍ଥିତ ଥିଲେ |      

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା , ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

masiha

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

masiha

ରାଇରଙ୍ଗପୁରରେ ସରକାରଙ୍କ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଖେଳାଳି ମାନଙ୍କ ୧ ଘଣ୍ଟା ଧରି ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ 

masiha

Leave a Comment

error: Content is protected !!