ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ ଦୁଇ କିଲୋମିଟର

ନୂଆପଡା(ସୁଜିତ କୁମାର ପ୍ରଧାନ)ରାସ୍ତା ସବୁ ଚକାଚକ୍ ହେବ, ଗମନାଗମନରେ କେହି ମଧ୍ୟ ଅସୁବିଧା ଭୋଗ କରିବେ ନାହିଁ, ଏମିତି କେତେ ପ୍ରତିଶ୍ରୁତି ଓ ଘୋଷଣା କରୁଛନ୍ତି ସରକାର କିନ୍ତୁ ବାସ୍ତବ ଚିତ୍ର ସବୁ ଓଲଟା। କାଦୁଅ ପଚପଚ ରାସ୍ତାରେ ଦୋଳି ଟିଏ ଚାଲିଛି, ଦୋଳି ବୋହି କଷ୍ଟେମଷ୍ଟେ ଚାଲୁଛନ୍ତି କିଛି ଲୋକ। ଦୋଳି ଭିତରେ ଶୋଇଛନ୍ତି ଜଣେ ବୃଦ୍ଧା ବ୍ୟକ୍ତି। ଏହା କୌଣସି ଶୋଭାଯାତ୍ରାର ଦୃଶ୍ୟ ନୁହଁ। ରାସ୍ତା ନଥିବାରୁ ଖଟରେ ଶୁଆଇ ଜଣେ ଲୋକଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଉଛି। ଘଟଣା ହେଉଛି ଖଡ଼ିଆଳ ବ୍ଲକ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ ଘରଧରା ଗ୍ରାମ ର ଢବା ପଡ଼ାର। ପଡ଼ାରେ ଦଶ ପରିବାରର ସତୁରୀରୁ ଅଧିକ ଲୋକ ଅଛନ୍ତି।ପଡ଼ା କୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ। ଆଣ୍ଠୁଏ ପଙ୍କରେ ଲୋକେ ଯିବାଆସିବା କରନ୍ତି।

ଗୁରୁବାର ମଧ୍ୟ ରାତ୍ରୀରେ ପଡ଼ାର ୮୫ ବର୍ଷ ବୟସ୍କା ଲକ୍ଷ୍ମୀ ରଣା ପରିସ୍ରା ପାଇଁ ବାହାରି ଥିବା ବେଳେ ପଡ଼ି ଯାଇଥିଲେ ଓ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା। କୌଣସି ସୁବିଧା ନଥିବାରୁ ଓ ବର୍ଷା ହେଉଥିବାରୁ ରାତ୍ରୀରେ ଅଣା ଯାଇ ପାରିନଥିଲା। ଶୁକ୍ରବାର  ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପଡ଼ା ଭିତରକୁ ଯାଇ ପାରିବ ନାହିଁ, ଏଣୁ ଖଟରେ ଶୁଆଇ ଘରଧରା ପର୍ଯ୍ୟନ୍ତ ଅଣା ଯାଇଥିଲା ଓ ସେଠାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାକେନ୍ଦ୍ରକୁ ନିଆ ଯାଇଥିଲା। ପୁଣି ଦୁଃଖର କଥା ଏଇୟା ଯେ ଆମ୍ବୁଲାନ୍ସ ମଧ୍ୟ ଡେରିରେ ଆସିବାରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ରାସ୍ତା ସମସ୍ୟା ନେଇ ପଡ଼ାବାସୀ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଜଣାଇଛନ୍ତି କିନ୍ତୁ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନାହିଁ।ଏହି ବିଷୟ ନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ସହ ଆଲୋଚନା କରିଥଲୁ ଅତି ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

Related posts

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

masiha

ଟେମରା ଗ୍ରାମରେ ଲଡୁକରିଆ ମାଝୀ ପରିବାର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଉରକେଲା ପାୱାର ହାଉସ୍ ରୋଡ୍ ପାର୍କିଂର ଏକ ବନ୍ଦ କିଓସ୍କରୁ ମୃତଦେହ ଠାବ

Sunil Chandra Nayak

Leave a Comment

error: Content is protected !!