ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ପାପଡାହାଣ୍ଡି,25/8, ମନିସ —ପାପଡାହାଣ୍ଡି ସଦରରେ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଓଲୋଟି ପଡିଥିବା ବେଳେ ଏଥରୁ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି | ସୂଚନା ମୁତାବକ ଟ୍ରକ ନମ୍ବର AP 05 TG 0547 ଟ୍ରକଟି ନବରଙ୍ଗପୁର ଆଡ଼ରୁ ଉମରକୋଟ ଯିବା ସମୟରେ ପେଟ୍ରୋଲ ପମ୍ପ ଆଗକୁ ରାସ୍ତାରେ ମାଟି ଦବି ଯିବା ଯୋଗୁଁ ଟ୍ରକଟି ଜମି ଭିତରକୁ ଓଲୋଟି ପଡିଥିଲା | ଘଟଣା ପରେ ଚାଳକ ଫେରାର ହୋଇ ପଡ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି | ଟ୍ରକରେ କୋଇଲା ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

masiha

ଦଣ୍ଡପାଟ ବଣିକ ସଂଘ ଗଠିତ , ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକ ମନୋନୀତ….

masiha

ଶ୍ରେଷ୍ଠ ସିନେମା ଫୁଲ ଫୁଟି ମହକିଲା, ନିର୍ଦ୍ଦେଶକ ସୌମ୍ୟ ବଳ ଶ୍ରେଷ୍ଠ ଅଭିନେତା ବିଶ୍ୱଜିତ ଦାସ ଓ ଅଭିନେତ୍ରୀ ସଞ୍ଜନା ପତି 

masiha

Leave a Comment

error: Content is protected !!