ପାପଡାହାଣ୍ଡି,25/8, ମନିସ —ପାପଡାହାଣ୍ଡି ସଦରରେ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଓଲୋଟି ପଡିଥିବା ବେଳେ ଏଥରୁ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି | ସୂଚନା ମୁତାବକ ଟ୍ରକ ନମ୍ବର AP 05 TG 0547 ଟ୍ରକଟି ନବରଙ୍ଗପୁର ଆଡ଼ରୁ ଉମରକୋଟ ଯିବା ସମୟରେ ପେଟ୍ରୋଲ ପମ୍ପ ଆଗକୁ ରାସ୍ତାରେ ମାଟି ଦବି ଯିବା ଯୋଗୁଁ ଟ୍ରକଟି ଜମି ଭିତରକୁ ଓଲୋଟି ପଡିଥିଲା | ଘଟଣା ପରେ ଚାଳକ ଫେରାର ହୋଇ ପଡ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି | ଟ୍ରକରେ କୋଇଲା ଥିବା ଜଣାପଡିଛି |
previous post