ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

 କର୍ଲାମୁଣ୍ଡା, ୧୪/୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟି ଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମ.ରାମପୁର ବ୍ଳକ ସଭାପତି ରୁଦ୍ର ପ୍ରତାପ ସିଂହ, କଂଗ୍ରେସ ନାରୀ ନେତ୍ରୀ ମାଣିକ୍ୟ ସୁନା, ମାହେନ୍ଦ୍ରି ସାହୁ, ରାଜକୁମାରୀ ସରାଫଙ୍କ ସମେତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ନବ ନିଯୁକ୍ତ କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ସୁରେଶ ଚୋଧୁରୀ, ଜିଲା କଂଗ୍ରେସ କମିଟି ଉପ ସଭାପତି ରାଜକିଶୋର ମିଶ୍ର, ଜିଲା ସମ୍ପାଦକ ଅରବିନ୍ଦ ଚୋଧୁରୀଙ୍କୁ କର୍ଲାମୁଣ୍ଡା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ଭାଜପା ସରକାର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିବା କଂଗ୍ରେସ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। 

Related posts

ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ଠାରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

Sunil Chandra Nayak

ଭବାନୀପାଟଣାଠାରେ ଜିଲ୍ଲାପାଳ ଓ ଆରକ୍ଷି ଅଧୀକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!