ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

 କର୍ଲାମୁଣ୍ଡା, ୧୪/୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟି ଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମ.ରାମପୁର ବ୍ଳକ ସଭାପତି ରୁଦ୍ର ପ୍ରତାପ ସିଂହ, କଂଗ୍ରେସ ନାରୀ ନେତ୍ରୀ ମାଣିକ୍ୟ ସୁନା, ମାହେନ୍ଦ୍ରି ସାହୁ, ରାଜକୁମାରୀ ସରାଫଙ୍କ ସମେତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ନବ ନିଯୁକ୍ତ କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ସୁରେଶ ଚୋଧୁରୀ, ଜିଲା କଂଗ୍ରେସ କମିଟି ଉପ ସଭାପତି ରାଜକିଶୋର ମିଶ୍ର, ଜିଲା ସମ୍ପାଦକ ଅରବିନ୍ଦ ଚୋଧୁରୀଙ୍କୁ କର୍ଲାମୁଣ୍ଡା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ଭାଜପା ସରକାର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିବା କଂଗ୍ରେସ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। 

Related posts

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୯୩ଗୋଟି ଅଭିଯୋଗର ହେଲା ଶୁଣାଣି 

Sunil Chandra Nayak

Leave a Comment

error: Content is protected !!