ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ତିରୋଧାନ ଦିବସ ପାଳିତ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା: ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗଗନ ବିହାରୀ ଧଳ, ଡ଼ଃ ସୁମନ ଦତ୍ତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ବକ୍ତବ୍ୟରେ ଗୋପବନ୍ଧୁ କିପରି ଓଡ଼ିଆ ଜାତିର ମଣି, ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା, ସ୍ବାଧୀନତା ପାଇଁ ତାଙ୍କ ମନ କିପରି ବିକଳ ଓ ବିଦ୍ରୋହର ସ୍ବର,ସେ ସମ୍ପର୍କରେ ଆଲୋଚନା କରିଥିଲେ।ସେହିପରି ହମିରପୁର ଉନ୍ନୟନ ପରିଷଦ, ଇସ୍ପାତ ସାହିତ୍ୟ ସଂସଦ, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ପ୍ରଗତି ଉତ୍କଳ ସଂଘ ର ବରିଷ୍ଠ କର୍ମକର୍ତ୍ତା ଗାଳ୍ପିକ କାଶୀନାଥ ନନ୍ଦୀ, ଗଙ୍ଗାଧର ପୁହାଣ, ଦିବାକର ଦାସ, ଡ଼ଃ ନଗେନ ଦାସ, ସତ୍ୟବ୍ରତ ଦାସ, ଗୈାତମ ଦାସ, ମୁରଲୀ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ମାନବବାଦୀ କବି ଗୋପବନ୍ଧୁ, ସତ୍ୟବାଦୀ ଯୁଗର ଭୂମିକା, ଜାତୀୟ ଚେତନା, ସମାଜ ସଂସ୍କାର, ଜାତିପ୍ରୀତି, ମାନବିକତା ଓ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। ଏହାସହ ଗୋପବନ୍ଧୁ ଙ୍କ କବିତା ରେ କିପରି ମାନବବାଦ ଚେତନା, ଜନ୍ମଭୂମି ପ୍ରତି ପ୍ରତିବଦ୍ଧତା ପରିଲକ୍ଷିତ ହୋଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

Sunil Chandra Nayak

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

masiha

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

masiha

Leave a Comment

error: Content is protected !!