ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ୱିନୀ ସ୍ୱାଇଁଙ୍କ ମାର୍ଗଦର୍ଶନରେ ଭଉଣୀମାନେ ସେକ୍ଟର -୧୯, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ଧୁମ୍ ଧାମରେ ରଜ ମହୋତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ରଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ ଶିକ୍ଷୟିତ୍ରୀ ମାନେ ରଜ ପର୍ବ ଉପଲକ୍ଷେ ଭଜନ, ଜଣାଣ, ସୁମଧୁର ରଜ ଗୀତ ଓ ସଂଗୀତର ମୂର୍ଚ୍ଛନାର ତାଳେ ତାଳେ ଅତି ସୁନ୍ଦର ଭାବରେ ଗାୟନ କରିଥିଲେ । ଏହି ଅବସରରେ ଗ୍ରୁପ ନୃତ୍ୟ ପରିବେଷଣ କରାଯାଇଥିଲା। ସଂଗୀତ ଓ ନୃତ୍ୟକୁ ସମସ୍ତେ ଅତି ଆନନ୍ଦ ସହିତ ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାର୍ଥା ରଜ ପର୍ବ ପାଳନର ଆଭିମୁଖ୍ୟ, ଲକ୍ଷ୍ୟ ଓ ଏହା କିପରି ଗଣପର୍ବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କେନ୍ଦ୍ରର ଭାଇ ଓ ଭଉଣୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ପରିଶେଷରେ ଭଉଣୀମାନେ ଘରୁ ଆଣିଥିବା ସ୍ଵାଦିଷ୍ଟ ମିଠା, ପିଠା ଆଦି ସମସ୍ତେ ମିଳମିଶି ତାହାର ଆନନ୍ଦ ନେଇଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

Sunil Chandra Nayak

ନିଟ ପରୀକ୍ଷାରେ କୃତିତ୍ୱ ପାଇଥିବା ଛାତ୍ର ସମ୍ବର୍ଦ୍ଧିତ

ସ୍ବାମୀ ବିବେକାନନ୍ଦ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!