ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ଟ୍ରେନ ଷ୍ଟେସନ ବୋଗି ରୁ ଉଦ୍ଧାର ନବଜାତ ଶିଶୁପୁତ୍ର କୁ ଦମ୍ପତି ଙ୍କ ଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ପଟଣାଗଡ଼  // କେସିଙ୍ଗା ରେଲୱେ ଷ୍ଟେସନ ରୁ ଦମ୍ପତି ଙ୍କ ଦ୍ଵାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ର କୁ ପୁଲିସ ର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ର କୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁ ରେ ଚିକିତ୍ସା ପରେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସାମାଜିକ କର୍ମୀ ଅରୁଣ ଖୁଆସ ଙ୍କ ଠାରୁ ଜଣାପଡିଛି । ସୂଚନା ଅନୁସାରେ କେସିଙ୍ଗା ରେଳୱେ ଷ୍ଟେସନରେ ଥିବା ଏକ ନିର୍ଦ୍ଦିଷ୍ଟ ଟ୍ରେନ ବୋଗି ଭିତରେ ଗତ ୨୧ ତାରିଖ ସକାଳେ ଏକ ନବଜାତ ଶିଶୁ ପୁତ୍ର କାନ୍ଦୁଥିବାର ପାଟଣାଗଡ଼ ବ୍ଳକ ଭରତ ବାହାଲ ପଞ୍ଚାୟତ ଠେଲକୋଛାପର ଗାଁ ର ଦମ୍ପତି ଶୁଶିଲ ଦୀପ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ଶଦ୍ଦ ଶୁଣିବାକୁ ପାଇଥିଲେ । ସେମାନେ ଟ୍ରେନ ଭିତରକୁ ଯାଇ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରି ନିଜ ଗାଁ କୁ ଆଣି ଏଏନଏମ ଙ୍କ ଦ୍ଵାରା ଶିଶୁ ପୁତ୍ର ର ନାଭି କୁ କଟାଇଥିଲେ । ସକାଳେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେମାନେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡ ଟଙ୍କଧର ମେହେର ଓ ସୁଜିତ ସା ଶିଶୁ ଟିର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଶିଶୁ ପୁତ୍ର ଟିର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣିପାରିଥିଲେ । ଏତତ୍ ବ୍ୟତୀତ ଏହି ନବଜାତ ଶିଶୁ ପୁତ୍ର ଟି ଉକ୍ତ ଦମ୍ପତି ଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ । ପରେ ଏହି ଘଟଣା ଡ଼ ମେହେର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ଓ ପାଟଣାଗଡ଼ ସିଡିପିଓ ଅନୁପମା ପଣ୍ଡା ଙ୍କ ସହ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ । ଶିଶୁ ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣି ଶିଶୁ ପୁତ୍ର କୁ ସାଙ୍ଗ ରେ ନେବାକୁ ଚେଷ୍ଟା କରିଥିଲେ । ଶିଶୁ ପୁତ୍ର କୁ କେସିଙ୍ଗା ରେଳୱେ ଷ୍ଟେସନ ରୁ ଉଦ୍ଧାର କରିଥିବା ଦମ୍ପତି ଓ ତାଙ୍କପଡାର ସହଯୋଗ କୌଣସି ପରିସ୍ଥିତିରେ ବି ଶିଶୁ ପୁତ୍ର କୁ ଛାଡି ବାକୁ ନାରାଜ ହୋଇଥିଲେ । ଯାହାଫଳରେ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ମାନେ ଲରମ୍ଭା ପୁଲିସ ର ସହାୟତା ନେଇ ନବଜାତ ଶିଶୁ ପୁତ୍ର କୁ ନେବାରେ ସଫଳ ହୋଇଥିଲେ । ଶିଶୁ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେବା ପରେ ଦମ୍ପତି ଦ୍ବୟ ଦୁଃଖ ରେ ଭାଙ୍ଗି ପଡ଼ିଥିବା ଜଣାପଡିଛି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

masiha

ସମାଜସେବୀ ନିରଞ୍ଜନ ପତିଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!