ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

ଆସିକା, ୧୮/୧/୨୫ // ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ 56ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସଂସ୍ଥାପକ ଯଜ୍ଞପିତା ପ୍ରଜାପିତା ବ୍ରହ୍ମାବାବା ଅବିଭକ୍ତ ଭାରତ ଭୂମିରେ ମାତା ଓ ଭଉଣୀଙ୍କୁ ନେଇ ଯେଉଁ ଆଧ୍ଯାତ୍ମିକ ସେନା ଗଠନ କରିଥିଲେ ତାହା ଆଜି ବିଶ୍ଵରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବା ସହିତ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା ଆଜି ବିଶ୍ୱରେ ଅଦ୍ବିତୀୟ l 

ଇଶ୍ବରୀୟ ବିଦ୍ୟାଳୟର ରାଜଯୋଗ ଶିକ୍ଷା ବିଶ୍ଵ ଆଦୃତ ହୋଇପାରିଥିବା ବେଳେ ବିଶ୍ଵର କୋଟି କୋଟି ଜନତାଙ୍କୁ ସକାରାତ୍ମକ ଜୀବନଶୈଳୀର ଶିକ୍ଷା ଦେଉଛି ବୋଲି ବର୍ଣନା କରିଥିଲେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆସିକା ସୁଗାର ଇଣ୍ଡଷ୍ଟ୍ରୀର ପରିଚାଳନା ନିର୍ଦ୍ଦେଶକ ଡା ସୁଶାନ୍ତ ପଣ୍ଡା l 

ଟିପିଏସ୍ଓଡିଏଲ ଏସ୍ ଡି ଓ ଜୀତେନ୍ଦ୍ର ସିଂ, ସବ ଟ୍ରେଜେରୀ ଅଫିସର ଜନ୍ମେଜୟ ସେଠୀ, ଆସ୍କା ମ୍ୟାକ ମାଇକେଲ ସଂସ୍କୃତ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ବିନୀ ଦାସ ଙ୍କ ସହିତ ସହର ବହୁ ବୁଦ୍ଧିଜୀବୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ବ୍ରହ୍ମାବାବାଙ୍କ କରକମଳରେ ବିଶ୍ଵ ନବନିର୍ମାଣ ଉଦ୍ଦେଷ୍ୟରେ ପରିଚାଳିତ ବହୁମୂଖୀ ଈଶ୍ୱରୀୟ ସେବାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯଜ୍ଞ ପିତାଙ୍କ ସ୍ମୃତି ସ୍ତମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l 

ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ l କାର୍ଯ୍ୟକ୍ରମରେ ଆସ୍କା, କବିସୂର୍ଯ୍ୟନଗର, ଧରାକୋଟ,ପାଟପୁର, ଗହଙ୍ଗୁ, ପିତ୍ତଳ, ହାତୀଓଟ, ବlଲି ସିରା, କେନ୍ଦୁପଦର, ନୁଆଗାଁ, ଭେଟନଇ , ଭେଜପୁଟ, ଆମ୍ବପୁଅ ଆଦି ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଶିଳାନ୍ୟାସ ନାମ ଫଳକ ରେ ଗୁରୁ ଚଣ୍ଡାଳ ତ୍ରୁଟି, କୋଷାଗୁମୁଡା ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କ ନାମ ବଦଳ ରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଉପାଧ୍ୟକ୍ଷ ଙ୍କ ନାମ

masiha

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ପେଦାଅଲଡ଼ା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଜନ ଶୁଣାନୀ ଅଭିଯୋଗ ଶିବିର 

Leave a Comment

error: Content is protected !!