ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ
ରାଉରକେଲା: ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆଜି ଆୟୋଜିତ ହୋଇଯାଇଛି l
ରାଉରକେଲା ବନଖଣ୍ଡ ପକ୍ଷରୁ ଏକ ବନାଗ୍ନି ସଚେତନତା ରଥ ଏବଂ ଶୋଭାଯାତ୍ରା ସେକ୍ଟର-୧୩ ମେଳନ ପଡିଆରୁ ବାହାରି ରିଂଗ୍ ରୋଡ ଦେଇ ଭଞ୍ଜ ଭବନ ଠାରେ
ପହଞ୍ଚିଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ,ଏହି ସଚେତନତା ରଥ ଏବଂ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠିଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l ଏହି ଅବସରରେ ବନଗ୍ନି ନିବାରଣ ନେଇ ଏକ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା l ଶୋଭାଯାତ୍ରା ଭଞ୍ଜ ଭବନ ଠାରେ ପହଞ୍ଚିବା ପରେ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିବେଦିତା ଦାଶ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି, ଉପ-ବନ ସାରଂକ୍ଷକ ବୈଦ୍ୟନାଥ ମାଝି, ରାଉରକେଲା ଇସ୍ପାତ କାରଖାନା ଅଗ୍ନିଶମ ବିଭାଗ ଅଧିକାରୀ ବି. ବି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ରାଉରକେଲା ଏସିଏଫ୍ ସୌମ୍ଯରଞ୍ଜନ ଗୋଛାୟତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି ନିଜ ବକ୍ତବ୍ୟରେ ଜଙ୍ଗଲ ନିଆଁ ନବାରଣ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିନସ୍ଥ ବନରକ୍ଷୀ ଏବଂ ଅଗ୍ନି ନିର୍ବାପକ କର୍ମଚାରୀମାନଙ୍କୁ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ରାଉରକେଲା, ବିରମିତ୍ରପୁର, ଲହୁଣୀପଡ଼ା,ବିଶ୍ରା ଓ ରାଜଗାଙ୍ଗପୁର ବନ ମଣ୍ଡଳ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

