ମାତୃ-ପିତୃ ତୁଲ୍ୟ କାର୍ତ୍ତିକବ୍ରତଧାରୀ(ହବିଷିଆଳି)ଙ୍କ ସେବା କରି ମୁଁ ନିଜକୁ ଧନ୍ୟ ମନେ କରୁଛି – ବିଧାୟକ ଶ୍ରୀ ତନ୍ତୀ
ବିଧାୟକଙ୍କ ଦ୍ଵାରା କାର୍ତ୍ତିକ ବ୍ରତଧାରୀଙ୍କୁ ସାଲ ବଣ୍ଟନ.
ରାଉରକେଲା : ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଚାଲୁଥିବା ବେଳେ ପ୍ରାୟ ୪୨ଜଣ ମା-ମାଉସୀ ମାନେ ଗତ ପ୍ରାୟ ୨୫ ଦିନ ହେବ ସେକ୍ଟର ୩ ଅହୀରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଦିନରାତି ୨୪ଘଣ୍ଟା ପୂର୍ଣ୍ଣ ସମୟ ରହି ଦିନରେ ଥରେ ପ୍ରସାଦ ସେବନ କରି ଭାଗବାନଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରୁଛନ୍ତି । ବ୍ରତଧାରୀ ମା-ମାଉସୀଙ୍କ ପାଖକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଗତ ୨୫ଦିନ ମଧ୍ୟରେ ନିୟମିତ ବ୍ୟବଧାନରେ ଯାଇ ସେମାନଙ୍କର ସୁବିଧା ଓ ଅସୁବିଧା ସମ୍ବନ୍ଧରେ ପଚାରି ବୁଝୁଛନ୍ତି । ଏହି କ୍ରମରେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଯଦି ସମ୍ଭବ ସେମାନଙ୍କ ପାଇଁ କିଛି ସାଲ(ଶୀତବସ୍ତ୍ର)ବ୍ୟବସ୍ଥା କରିଦେବା ପାଇଁ ବ୍ରତଧାରୀ( ହବିଷିଆଳି)ମାନେ ବିଧାୟକଙ୍କୁ କହିଥିଲେ । ଫଳରେ ଆଜି ବିଧାୟକ ଶ୍ରୀ ତନ୍ତୀ ହବିଷିଆଳି ମାନଙ୍କ ନିକଟରେ ପହଞ୍ଚି ସମସ୍ତ ମା-ମାଉସୀ ବ୍ରତଧାରୀଙ୍କୁ ନିଜ ହାତରେ ସାଲ ପ୍ରଦାନ କରିଥିଲେ ।ଏଠାରେ ସୂଚନାଯୋଗ୍ୟ କି ବ୍ରତ ଆରମ୍ଭ ସମୟରେ ବ୍ରତଧାରୀଙ୍କ ଅନୁରୋଧ କ୍ରମେ ପରିସରରେ ସମୁଦାୟ ୬ଟି ଅସ୍ଥାୟୀ ଶୌଚାଳୟ ମଧ୍ୟ ନିର୍ମାଣ କରାଇଛନ୍ତି । ଆଜି ବ୍ରତଧାରୀ ମା-ମାଉସୀଙ୍କୁ ସାଲ ପ୍ରଦାନ କରିବା ଅବସରରେ ବୋଧେହୁଏ କେଉଁ ଜନ୍ମରେ ପୁଣ୍ୟ କରିଥିଲି ଯାହା ଫଳରେ ଆଜି ମାତୃ-ପିତୃ ତୁଲ୍ୟ ଆପଣ ମାନଙ୍କ ସେବା କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହି ବିଧାୟକ ଶ୍ରୀ ତନ୍ତୀ ହବିଷିଆଳି ମା-ମାଉସୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

