ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଜାତୀୟ ଯୁବଦିବସ ପାଳିତ.

ସ୍ବାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଜାତୀୟ ଯୁବଦିବସ ପାଳିତ.

ରାଉରକେଲା:ସ୍ବାମୀ ବିବେକାନନ୍ଦ ଲୋକ ସଂସଦ,ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ଜାତୀୟ ଯୁବ ଦିଵସ ଅଧ୍ୟକ୍ଷା ଶର୍ମିଷ୍ଠା କଵିଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ଵେଦ ଵ୍ୟାସ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଉମାକାନ୍ତ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସଂଯୁକ୍ତା ପତି, ବରେଣ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମହାପ୍ରବନ୍ଧକ କୁମର ବେହେରା, ସାଧାରଣ ସମ୍ପାଦିକା ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ରେ ୬ ଟି ସେଣ୍ଟର ଯଥା କଚାରୁ, ବେଦବ୍ୟାସ, ବଣେଇ, କୁଆଁରମୁଣ୍ଡା, ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ, ଶିଶୁ ମନ୍ଦିର ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗତ ନଭେମ୍ବରରେ ୧୭ ତାରିଖରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ରେ ପ୍ରଭୁ ଜଗନ୍ନାଥ, ସ୍ବାମୀ ଚିନ୍ମୟାନନ୍ଦ ଓ ସ୍ବାମୀ ବିବେକାନନ୍ଦ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ବହୁ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଚିନ୍ମୟ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ। ବିବେକାନନ୍ଦ ଙ୍କ ଜୀବନାଦର୍ଶ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ ନିରୁପମା ପାଣି ସଭା ପରିଚାଳନା କରିଥିବା ବେଳେ ସମ୍ପାଦିକା ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗୈାରୀ ନାଗ ତଥା ଚିନ୍ମୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଚେତାବନୀ ଦେଲା ଡ୍ରାଇଭର ସଂଘ, ସମାଧାନ ନହେଲେ ଚିକିତ୍ସାଳୟ ସମ୍ମୁଖରେ ଧାରଣା

masiha

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

Leave a Comment

error: Content is protected !!