ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡହାଣ୍ଡି ମଞ୍ଚରେ ୭୭ ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ

କୋକସରା,୧୬/୦୮ ୭୭ତମ ସ୍ୱାଧିନତା ଦିବସ ଅବସରରେ ଦେଶବାସୀ ମହା ଆଡମ୍ବରରେ ଦେଶର ଏତିହ୍ୟ, ସଂସ୍କୃତି, ପରମ୍ପରାର ମହାନ ପର୍ଵ ପାଳନ କରିଛନ୍ତି ।କୋକସରା ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ସଦର ଗୁଡହାଣ୍ଡି ମଞ୍ଚ ଠାରେ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜବାହାର ଉଚ୍ଚ ବିଦ୍ୟାଳୟର ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ ବ୍ଲକ ଅଧ୍ୟକ୍ଷା କୋକସରା ବ୍ଲକର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଶିକ୍ଷାନୁଷ୍ଠାନର ଏନସିସି, ସ୍କ୍ୱାଉଟ ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ୭୭ ତମ ସ୍ଵାଧୀନତା ଦିବସ ପାଳନରେ କୋକସରା ବିଡ଼ିଓ ଉତ୍ତମ ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ଡୁଡୁକାଠେଙ୍ଗା ପଞ୍ଚାୟତର ୨ ଜଣ ବୃଦ୍ଧା ବେଳମତି ମାଝୀ ପୂର୍ଣ୍ଣି ମୁଲକିଆ ୫ ଟି ସ୍କୁଲ ନିର୍ମାଣ ପାଇଁ ଜାଗା ଦାନ ଦେଇଥିବା ଦୁଇ ମହୀୟସି ମହିଳାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିଥିବା ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ଛାତ୍ର ରୋଶନ ଦାସ, ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଲଡୁଗାଁର ଛାତ୍ର ରିତିକ କୁମାର ଅଗ୍ରୱାଲ, ଅକ୍ଷୟ ଫାଉଣ୍ଡେସନ ପକ୍ଷରୁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ଦେଶର ବଳିଦାନ ଓ ତ୍ୟାଗ ଦେଇଥିବା ବିର ଯବାନଙ୍କ ସ୍ମୃତିକୁ ପୁଣିଥରେ ଉଜାଗର କରିଥିଲା। ଜବାହାର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ପରେଡ଼ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କୋକସରା ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ମଞ୍ଚ ପରିଚାଳନା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ କରିଥିଲେ। କାର୍ଯ୍ୟକ୍ରମ ରୂପରେଖ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପ୍ରସ୍ତୁତ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

masiha

ବଣ୍ଡା ହାରିଆ ଗୁଡା ପ୍ରାଥମିକ ବିଦ୍ୟାଳୟ ଚାଲିଛି ଜଣେ ଶିକ୍ଷକ ରେ 

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!