ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାରିପଦାରେ ଶିଶିର ମୁନ୍ଦୁୟାଙ୍କ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ 

ଵାରିପଦାରେ ଶିଶିର ମୁନ୍ଦୁୟାଙ୍କ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ 

ମୟୂରଭଂଜ -,୨୭/୧୧:  ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ଜାମଦା ବ୍ଲକ୍ କୁଚେଇପାଳ ଗ୍ରାମର ବାସିନ୍ଦା ତଥା ହେଁସଡ଼ା ଗ୍ରାମପଂଚାୟତର ସରପଞ୍ଚ ବାଲେମା ମୁନ୍ଦୁୟାଙ୍କ ଜ୍ୟେଷ୍ଠ ପୁତ୍ର ଶିଶିର କୁମାର ମୁନ୍ଦୁୟା ବାରିପଦାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାଵେ ଯୋଗ ଦେଇଛନ୍ତି l 

ସେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ବାମନଘାଟି ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ନୂତନ ପଦରେ ଯୋଗ ଦେଇଛନ୍ତି l ଶ୍ରୀ ମୁନ୍ଦୁୟାଙ୍କୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ବାମନଘାଟି ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସମେତ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ,ସାମ୍ବାଦିକ ମନୋରଞ୍ଜନ ତିରିଆ ପ୍ରମୁଖ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ନୂତନ ଭାବେ ଯୋଗ ଦେଇଥିବା ବାରିପଦା ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମୁନ୍ଦୁୟା ମୟୁରଭଂଜ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୂପେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ବୋଲି ଜଣା ପଡ଼ିଛି l ତାଙ୍କ ନିଯୁକ୍ତିରେ ମୟୂରଭଂଜ ଜିଲ୍ଲାର ସାମ୍ବାଦିକ ମହଲରେ ଖୁସିର ମହଲ ଖେଳି ଯାଇଛି ।ତଦସହ ବାରିପଦାରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ନେଇଥିବା ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ତାଙ୍କ ମୂଳ କାର୍ୟ୍ଯସ୍ଥଳକୁ ପ୍ରତ୍ୟାବର୍ତନ ପାଇଁ ଵାମନଘାଟୀ ସାମ୍ବାଦିକ ମହଲରୁ ଦାବି ହେଉଛି ।ଏଥିପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ଏହି ବିଷୟରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି ।ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗଦେଲେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କକୁ ନିଜ ମୂଳ ସ୍ଥାନକୁ ଫେରାଇ ଦିଆଯିବ ।ତେଣୁ ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେଇ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ମୂଳ ସ୍ଥାନକୁ ଫେରାଇବା ପାଇଁ ଉଚିତ ପଦକ୍ଷେପ ନେବେ ।ନୂତନ ଅଧିକାରୀ ଶିଶିର ମୁନ୍ଦୟା ମୟୂରଭଂଜ ଜିଲ୍ଲାର ପ୍ରଶାସନ ଏବଂ ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ ସମନ୍ବୟ ରକ୍ଷା ସହ ସୁସମ୍ପର୍କ ରଖିଵେ ବୋଲି କହିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

masiha

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!